Advertisment

ପୁରୀ କେନାଲରେ ବୁଡ଼ି ଗଲେ ଛାତ୍ର; ମିଳୁନି ପତ୍ତା

ଗତକାଲି ସନ୍ଧ୍ୟା ସମୟରେ ପୁରୀ କେନାଲ ନିକଟକୁ ୬ଜଣ ଛାତ୍ରମାନେ ବୁଲିବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Puri Kenal

Puri Kenal

Advertisment

ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ ଝାରପଡ଼ା ଅଞ୍ଚଳର ଜୟଦେବ ପ୍ରସାଦ।

Advertisment

ଗତକାଲି ସନ୍ଧ୍ୟା ସମୟରେ ବାଲିଅନ୍ତା ଅଲାରପୁର ନିକଟରେ ଥିବା ପୁରୀ କେନାଲ ନିକଟକୁ ୬ଜଣ ଛାତ୍ରମାନେ ବୁଲିବାକୁ ଯାଇଥିଲେ। ପରେ ଛାତ୍ରମାନେ ପୁରୀ କେନାଲରେ ଗାଧୋଇଥିଲେ। ଏହି ସମୟରେ ଜୟଦେବଙ୍କ ଗୋଡ଼ ଖସିଯାଇଥିଲା। ସେ ପାଣିରେ ବୁଡ଼ି ଯାଇଥିଲେ।

ଅନ୍ୟମାନେ ଛାତ୍ରମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ  ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ। ଅଧିକ ରାତି ହେବାରୁ ଆଉ ଖୋଜାଖୋଜି କରି ନ ଥିଲେ। ଆଜି ସକାଳେ ନିଖୋଜ ଛାତ୍ରଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ।

Advertisment
Bhubaneswar Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe