Advertisment

ବ୍ୟାଗ ନ ବୋହିବାରୁ ପ୍ରଧାନ ଶିକ୍ଷୟିତ୍ରୀ କହିଲେ ଅପଶବ୍ଦ; ସ୍କୁଲ ସମ୍ମୁଖରେ ଛାତ୍ରଙ୍କ ଧାରଣା

ପିଲାଟିର କୋମଳ ମାନସିକତା ଉପରେ ଏହା ଗଭୀର ପ୍ରଭାବ ପକାଇବା ସହ ପିଲାଟି ୧୫ ଦିନ ହେଲା ସ୍କୁଲ ଆସୁ ନାହିଁ।

Strike

Strike

Advertisment

ସ୍କୁଲର ଶୈକ୍ଷିକ ପରିବେଶରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଦିଆଗଲା ମାନସିକ ନିର୍ଯାତନା। ପ୍ରଧାନଶିକ୍ଷୟିତ୍ରୀଙ୍କ ବ୍ୟାଗ ନ ବୋହିବାରୁ କୁହାଗଲା ଅପଶବ୍ଦ। ଏପରିକି ଏହା ଶୁଣି ଅନ୍ୟ ପିଲାମାନେ ବି ଉକ୍ତ ଛାତ୍ରଟିକୁ ଚିଡ଼ାଇବା ସହ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ। ଫଳରେ ପିଲାଟିର କୋମଳ ମାନସିକତା ଉପରେ ଏହା ଗଭୀର ପ୍ରଭାବ ପକାଇବା ସହ ପିଲାଟି ୧୫ ଦିନ ହେଲା ସ୍କୁଲ ଆସୁ ନାହିଁ। ତୁରନ୍ତ ଉକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ପିଲାଟି ନିଜ ବାପାଙ୍କ ସହ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛି। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ସହର ଉପକଣ୍ଠ ପାତ୍ରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

Advertisment

ପ୍ରିତମ ସାଇ ବାରିକ ନାମକ ଛାତ୍ରଙ୍କ ବାପା ଉତ୍ତମ ବାରିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି। ସେ ପ୍ରାୟ ବର୍ଷେ ହେବ ସ୍କୁଲ ଛୁଟି ହେବା ପରେ ପ୍ରଧାନଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ଜେନାଙ୍କ ବ୍ୟାଗ ବୋହି ତାଙ୍କ ଘରକୁ ନେଉଥିଲେ। ମାତ୍ର କିଛି ଦିନ ହେବ ଜ୍ୱର ହୋଇଥିବାରୁ ସେ ଆଉ ପ୍ରଧାନଶିକ୍ଷୟିତ୍ରୀଙ୍କ ବ୍ୟାଗ୍‌ ବୋହୁ ନ ଥିଲେ।

ଏହାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ଷେପ କରି ଅପଶବ୍ଦ ପ୍ରୟୋଗ କରିଥିବା ଛାତ୍ରଜଣକ ନିଜ ଘରେ କହିଥିବା ତାଙ୍କ ବାପା କହିଛନ୍ତି। ଏପରିକି ସ୍କୁଲରେ ପିଲାଟିକୁ ତାର ସାଙ୍ଗମାନେ ବି ଚିଡ଼ାଇବା ସହ ତା’ ସହ କଥା ହେଉ ନାହାନ୍ତି। ଫଳରେ ପିଲାଟି ଆଉ ସ୍କୁଲ ଯିବାକୁ ମଙ୍ଗୁ ନ ଥିବା ବେଳେ ଅନ୍ୟତ୍ର ନାଁ ଟ୍ରାନ୍ସଫର କରାଇବାକୁ ବାଧ୍ୟ କରୁଛି।

Advertisment

ଅଦ୍ୟାବଧି ପିଲାଟି ୧୫ ଦିନ ହେବ ସ୍କୁଲ ଆସୁ ନ ଥିବା ବେଳେ ତା’ ପାଠପଢ଼ା ଖୁବ୍‌ ବାଧାପ୍ରାପ୍ତ ହେଉଥିବା ତା ବାପା ଉତ୍ତମ ବାରିକ କହିଛନ୍ତି। ଏପରିକି ଏନେଇ ସେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ତେଣୁ ବାଧ୍ୟ ହୋଇ ଦୁଇ ଦିନ ହେବ ନ୍ୟାୟ ଦାବିରେ ନିଜ ପୁଅ ସହ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିବା ଉତ୍ତମ ବାରିକ କହିଛନ୍ତି। ଏପରିକି ୧୫ ଦିନ ହେବ ସ୍କୁଲ ଯାଉ ନ ଥିବା ବେଳେ ସ୍କୁଲ ତରଫରୁ ତାଙ୍କୁ ଡକା ଯାଉ ନ ଥିବା ବି କହିଛନ୍ତି ଉତ୍ତମ ବାରିକ ।

ଏଭଳି ସ୍ପର୍ଶ କାତର ଘଟଣାକୁ ୧୫ ଦିନ ବିତିଲାଣି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀ କାଳେ ଅବଗତ ନାହାନ୍ତି ବୋଲି ନିଜେ କହିଛନ୍ତି ଡିଇଓ। ତେବେ ଧାରଣାରେ ବସିବାପରେ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧାରଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ପ୍ରଧାନଶିକ୍ଷୟତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଏ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଏପରିକି ପିଲାଟି ସମ୍ପର୍କରେ ସେ ମୋ’ ନାତି ହେବ, ସେ ଆପେଆପେ ବେଳେବେଳେ ମୋ ବ୍ୟାଗ ନେଇଯାଏ । ହେଲେ ଏଥିପାଇଁ କେବେ ତାକୁ ବାଧ୍ୟ କରିନି ବୋଲି କହିଛନ୍ତି। ତେବେ ତଦନ୍ତ ରିପୋର୍ଟକୁ ସମସ୍ତଙ୍କ ଅପେକ୍ଷା କରିଛନ୍ତି ।

School Strike Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe