Advertisment

ବିଡିଓଙ୍କୁ ଦେଖି ଜୟ ଶ୍ରୀରାମ ନାରା ଦେଲେ ଛାତ୍ରଛାତ୍ରୀ

ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ କଲେଜର ବସ୍‌ ଗୁଡ଼ିକୁ ଅଟକା ଦେଇଥିଲେ। ଛାତ୍ରଛାତ୍ରୀମାନେ ପ୍ରାୟ ୧୫ରୁ ଅଧିକ ବସ୍‌ ଅଟକାଇ ଦେଇଥିଲେ।

Bhadrak

Bhadrak

Advertisment

ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବସ୍‌ ନାହିଁ। ତେଣୁ କଲେଜ ଛାତ୍ରଛାତ୍ରୀମାନେ ତାତି ଗଲେ। ରାସ୍ତା ଅବରୋଧ କଲେ। ଅନ୍ୟ କଲେଜ ବସ୍‌ ଅଟକାଇଲେ। ଖବର ପାଇ ବିଡିଓ ଆସିବାରୁ ଛାତ୍ରଛାତ୍ରୀମାନେ କହିଲେ, ଜୟ ଶ୍ରୀରାମ। ଭଦ୍ରକ ଜିଲ୍ଲା ତିହିଡିରୁ ଆସିଛି ଏପରି ଚିତ୍ର।

Advertisment

ଆଜି ରାଣୀତାଲ୍‌ରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ ହେଉଛି। ଏଥିରେ ଯୋଗଦେବା ପାଇଁ ଜିଲ୍ଲାର ସବୁ କଲେଜର ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ତେଣୁ ଆଜି ସକାଳେ ତିହିଡ଼ି ପାଳିଆବନ୍ଧି ବିରଞ୍ଚି ନାରାୟଣ ମାଧବାର୍ଜୁନ୍‌ କଲେଜ(ବିଏନ୍‌ଏମ୍‌ଏ) ଛାତ୍ରଛାତ୍ରୀମାନେ କଲେଜରେ ପହଞ୍ଚି ଥିଲେ। ହେଲେ ରାଣୀତାଲ ଯିବା ପାଇଁ ବସ୍‌ ମିଳିଲା ନାହିଁ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପିଲାଙ୍କ ଧର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା।

ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ କଲେଜର ବସ୍‌ ଗୁଡ଼ିକୁ ଅଟକା ଦେଇଥିଲେ। ଛାତ୍ରଛାତ୍ରୀମାନେ ପ୍ରାୟ ୧୫ରୁ ଅଧିକ ବସ୍‌ ଅଟକାଇ ଦେଇଥିଲେ। ଖବର ପାଇ ତିହିଡି ଥାନା ଅଧିକାରୀ ପ୍ରସନ ନାୟକ ଓ ବିଡିଓ ଜ୍ୟୋତିର୍ମୟ କର ସେଠାରେ ପହଞ୍ଚିଥିଲେ। ଛାତ୍ରଛାତ୍ରୀମାନେ ବିଡିଓଙ୍କୁ ଦେଖି ଜୟ ଶ୍ରୀରାମ ପକାଇଥିଲେ। ଏହି ନାରା ଶୁଣି ବିଡିଓ ରାଗି ଯାଇଥିଲେ। ପରେ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଅନ୍ୟ ବସରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଠାଇଥିଲେ।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe