Advertisment

ବନ୍ଦ ହୋଇଗଲା ସ୍କୁଲ, ଧାରଣରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

'ଜାନୁଆରୀ ମାସରେ' ସେହି ସ୍କୁଲର ସ୍ୱୀକୃତି ରଦ୍ଦ କରି ଦିଆଯାଇଥିଲା। ତେବେ ଯେହେତୁ ଜାନୁଆରୀ ମାସ ପରେ ପରୀକ୍ଷା ଥିଲା, ତେଣୁ ସ୍କୁଲଟିକୁ ବନ୍ଦ କରାଯାଇ ନଥିଲା।

Protest

Protest

Advertisment

ସ୍କୁଲ ଖୋଲିବା ଦାବିରେ ଗେଟ୍‌ରେ ପଡ଼ିଲା ତାଲା। ବିଦ୍ୟାଳୟ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଣ୍ଟାବଣି ନେତ୍ର ମୋହନ ଏମ୍‌ଇ ସ୍କୁଲରେ।

Advertisment

ଏହି ବିଦ୍ୟାଳୟ ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ଚଳିତ ବର୍ଷ ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରେ ୨୪ ଓ ସପ୍ତମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇ ସାରିଛି ଶିକ୍ଷା ବିଭାଗ।

ଏହା ଏକ ଅନୁଦାନପ୍ରାପ୍ତ ସ୍କୁଲ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ୩ ବର୍ଷ ତଳୁ ଅବସର ନେଇ ସାରିଛନ୍ତି। ସେମାନେ ଅବସର ନେବାପରେ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକଙ୍କୁ ଡେପୁଟେସନରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଜାନୁୟାରୀ ମାସରେ ସ୍କୁଲଟିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ପରୀକ୍ଷା ପାଇଁ ସ୍କୁଲଟି ଖୋଲା ରହିଥିଲା।

Advertisment

ଭୋଗରାଇ ବିଇଓ କହିଛନ୍ତି, ନିୟମ ଅନୁସାରେ ଅନୁଦାନପ୍ରାପ୍ତ ଏମ୍‌ଇ ସ୍କୁଲ ସେ ପର୍ଯ୍ୟନ୍ତ ରହିବ, ଯେପର୍ଯ୍ୟନ୍ତ ସେଠାରେ ଶିକ୍ଷକମାନେ ରହିଥିବେ। କଣ୍ଟାବଣି ସ୍କୁଲର ଦୁଇ ଜଣ ଯାକ ଶିକ୍ଷକ ୩ ବର୍ଷ ତଳୁ ଅବସର ନେଇସାରିଛନ୍ତି। ନିୟମ ଅନୁଯାୟୀ, ଯେଉଁ ବର୍ଷ ଶିକ୍ଷକମାନେ ଅବସର ନେଇଗଲେ ସେହି ବର୍ଷ ସ୍କୁଲଟିର ସ୍ୱୀକୃତି ରଦ୍ଦ କରି ଦେବା କଥା। ଯଦି ସେହି ସ୍କୁଲଟିର ସେଠାରେ ଆବଶ୍ୟକତା ଅଛି, ତା’ହେଲେ ସେଠି ଯେଉଁ ପ୍ରାଇମେରି ସ୍କୁଲ ଅଛି, ତାକୁ ଅପଗ୍ରେଡେସନ କରି ଦେବାର ଆବଶ୍ୟକତା ଥିଲା। କିନ୍ତୁ ତାହା ହୋଇନଥିଲା। ଗତ ଜାନୁଆରୀ ମାସରେ ସେହି ସ୍କୁଲର ସ୍ୱୀକୃତି ରଦ୍ଦ କରି ଦିଆଯାଇଥିଲା। ତେବେ ଯେହେତୁ ଜାନୁଆରୀ ମାସ ପରେ ପରୀକ୍ଷା ଥିଲା, ତେଣୁ ସ୍କୁଲଟିକୁ ବନ୍ଦ କରାଯାଇ ନଥିଲା। ଏବେ ପରୀକ୍ଷା ସରିଯାଇଛି, ତେଣୁ ଆମେ ତାକୁ ବନ୍ଦ କରି ଦେଇଛୁ। ହେଲେ ସବୁଦିନ ପାଇଁ ଯେ ସ୍କୁଲଟିକୁ ଯେ ବନ୍ଦ କରି ଦେଇଛୁ, ସେକଥା ନୁହେଁ। ସେଠାରେ ସେହି କ୍ୟାମ୍ପରେ ପ୍ରାଥମିକ ବିଦ୍ୟାଳୟଟିଏ ଅଛି। ତା’ ଆଖପାଖରେ ଏମଇ ସ୍କୁଲ ନାହିଁ। ତେଣୁ ସେହି ପ୍ରାଥମିକ ବିଦ୍ୟାଳୟକୁ ଅପଗ୍ରେଡ୍ କରି ସେଠାରେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ଖୋଲିବାକୁ ଆମେ ପ୍ରସ୍ତାବ ଦେବୁ। ଆସନ୍ତା ବର୍ଷକୁ ୬ଷ୍ଠ ଖୋଲାଯିବ। ତା’ ପର ବର୍ଷକୁ ୭ମ ଆଉ ତା’ ପର ବର୍ଷକୁ ୮ମ ଖୋଲାଯିବ। ଅଭିଭାବକମାନେ ଏବେ ସେମାନଙ୍କ ପିଲାମାନଙ୍କୁ ପାଖରେ ଯେଉଁ ସ୍କୁଲ୍ ଅଛି, ସେଠାରେ ନାମ ଲେଖାଇ ଦିଅନ୍ତୁ। ଯେତେବେଳେ ସେମାନଙ୍କ ଗାଁରେ ୬ଷ୍ଠ ଶ୍ରେଣୀ ଖୋଲିଯିବ, ସେତେବେଳେ ସେମାନେ ପିଲାମାନଙ୍କର ଟିସି ଆଣି ନାଁ ଲେଖାଇ ପାରିବେ। ନିର୍ବାଚନ ଶେଷ ହେବା ପରେ ପ୍ରକ୍ରିୟା ଆରମ୍ଭ ହେବ। ଆମେ ପ୍ରପୋଜାଲ ଦେଇ ଦେବୁ। ସରକାର ଯଦି ଚାହିଁବେ ୬,୭,୮ ଶ୍ରେଣୀ ଖୋଲିବେ ଓ ଛାତ୍ରଛାତ୍ରୀମାନେ ତା’ର ସୁଫଳ ପାଇବେ।

ଅନ୍ୟପକ୍ଷରେ ଅଭିଭାବକମାନେ କହିଛନ୍ତି, ଦୀର୍ଘ ବର୍ଷରୁ ଏହି ସ୍କୁଲ୍ ଏଠାରେ ଅଛି। ସରକାର କାହିଁକି ଆମକୁ ନଜଣାଇ ସ୍କୁଲ ବନ୍ଦ କରିବାକୁ କହୁଛନ୍ତି। ଏହି ସ୍କୁଲ ବନ୍ଦ ହେଲେ ଆମ ପିଲାମାନଙ୍କୁ ଜାତୀୟ ରାଜପଥ ଅତିକ୍ରମ କରି ଅନ୍ୟ ସ୍କୁଲକୁ ଯିବାକୁ ପଡ଼ିବ। ଯଦି ଆମ ପିଲାଙ୍କର କୌଣସି ଅସୁବିଧା ହୁଏ, ତା’ହେଲେ ସରକାର କ’ଣ ଦାୟୀ ରହିବେ। ସ୍କୁଲ ନଖୋଲିଲେ ଆମେ ଏଠି ଏମିତି ବସି ରହିବୁ।

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe