ବିପଦ ସଙ୍କେତ ଊର୍ଦ୍ଧ୍ୱରେ ସୁବର୍ଣ୍ଣରେଖା: ବାଲେଶ୍ୱର ଜିଲ୍ଲାରେ ଆଉ ୯୩୪୪ ଜଣ ଲୋକଙ୍କୁ ସ୍ଥାନାନ୍ତର

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ,  ସୁବର୍ଣ୍ଣରେଖା ଆଜି ମଧ୍ୟ ବିପଦସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । କିନ୍ତୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।

Balasore PhotoOR

ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରେ...

Ordigital Desk
  • Published: Thursday, 19 September 2024
  • Updated: 19 September 2024, 09:11 PM IST

Sports

Latest News

ଉପରମୁଣ୍ଡରେ ଲଗାଣବର୍ଷା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ସୁବର୍ଣ୍ଣରେଖା ନଦୀ ଆଜି ମଧ୍ୟ ବିପଦସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁ ସର୍ବାଧିକ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଛି । ଗତକାଲିସୁଦ୍ଧା ୧୧୬୩୨ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜିସୁଦ୍ଧା ଆଉ ୯୩୪୪ଜଣଙ୍କୁ ଅର୍ଥାତ୍ ମୋଟ ୨୧୦୭୬ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁ ୩୩ଟି ବ୍ଲକ ଓ ୨ଟି ପୌରାଂଚଳର ମୋଟ ୩୯ହଜାର ୨ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୪୯୯ଟି ଘର ନଷ୍ଟ ହୋଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ,  ସୁବର୍ଣ୍ଣରେଖା ଆଜି ମଧ୍ୟ ବିପଦସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । କିନ୍ତୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେହିପରି ଜଳକା ନଦୀର ଜଳସ୍ତର ବିପଦସଙ୍କେତଠୁ କମ୍ ଥିଲେ ଧ୍ୟ ସତର୍କତା ସ୍ତରରରୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଅବଶ୍ୟ ଜଳକା ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।

Also Read

ବନ୍ୟା ଯୋଗୁ ବାଲେଶ୍ୱର ଜିଲ୍ଲାର ୫ଟି ବ୍ଲକ  ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୨୧୦୭୬ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ୫୧ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାର ମୋଟ ୧୩୦ଟି ଘର ନଷ୍ଟ ହୋଇଛି । ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ଓଡ୍ରାଫ ଟିମ୍‌, ଗୋଟିଏ ଏନଡିଆରଏଫ ଟିମ୍ ଓ ୧୪ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରାଯାଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ୨୨ଟି ବ୍ଲକର ୧୦୧ଟି ଗାଁ ପ୍ରଭାବିତ ହୋଇଛି । ବାରିପଦା ପୌରାଂଚଳର ୧୧ଟି ୱାର୍ଡରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ଜିଲ୍ଲାର ୨୦୩୫ଜଣ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବାବେଳେ ୧୬୦୩ଜଣ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୪ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇ ପ୍ରଭାବିତ ଖାଇବା ଦିଆଯାଉଛି । ୩୩୩ଟି ଘର ଆଂଶିକ ଓ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଜିଲ୍ଲାରେ ୩ଟି ଓଡ୍ରାଫ ଟିମ୍ ଓ ୧୨ଟି ଅଗ୍ନିଶମ ସେବା ବାହିନୀ ଟିମକୁ ମୁତୟନ କରାଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ମୋଟ ୫ଟି ବ୍ଲକ ଯଥା ପାଟଣା, ଚମ୍ପୁଆ, ସାହାଡ଼ପଡ଼ା, ହାଟଡିହି ଓ ହରିଚନ୍ଦନପୁର ବ୍ଲକର ମୋଟ ୨୨ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ୧୧୬୦ଜଣ ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ବ୍ଲକ ଓ ରାଉରକେଲା ମହାନଗର ନିଗମରେ ମୋଟ ୧୫୩ଜଣ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ଖାଦ୍ୟପୁଡ଼ିଆ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story