Advertisment

ଆବେଦନ ବେଳେ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ

ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ।

Subhadra

Subhadra

Advertisment

‘ସୁଭଦ୍ରା’ ଯୋଜନାରେ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ଭଦ୍ରକ ଧାମନଗର ବ୍ଲକରୁ ଆଜି ଏମିତି କିଛି ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Advertisment

ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ। ଫଳରେ ଜିଲ୍ଲାର କିଛି ସ୍ଥାନରେ ପଞ୍ଜିକରଣ ଠପ୍‌ ହୋଇଯାଇଥିବା ଜନସେବା କେନ୍ଦ୍ର କର୍ମଚାରୀ କହିଛନ୍ତି। ସେପଟେ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏତେ ବଡ଼ ଯୋଜନା ଆରମ୍ଭ ହୋଇଥିବାରୁ କିଛିଟା ଅଭିଯୋଗ ରହିବ। ସୁଭଦ୍ରା ରଥ ଗଡ଼ିବା ଆରମ୍ଭ କଲେ ଲୋକଙ୍କ ସମସ୍ତ ଦ୍ୱନ୍ଦ୍ୱ ଓ ଅଭିଯୋଗ ଦୂର ହେବ ବୋଲି ସେ କହିଛନ୍ତି।

ସେପଟେ ଆଜି ଗାଁରୁ ଗାଁ ଓ ସହରରୁ ସହର ବୁଲିବ ସୁଭଦ୍ରା ସଚେତନତା ରଥ। ଏଥିପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ। ଯୋଜନା ବାବଦରେ ମହିଳାଙ୍କୁ ସଚେତନ କରିବାକୁ ରାଜ୍ୟର ପ୍ରତିଟି ଅଞ୍ଚଳରେ ସଚେତନତା ରଥ ବୁଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଶୀଘ୍ର ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର ସମୟ ସୀମା ନାହିଁ। ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ।

ତେବେ ଉଦଘାଟନୀ ଉତ୍ସବରେ ଥିବା ମେୟର ସୁଲୋଚନା ଦାସ କାର୍ଯ୍ୟକ୍ରମ ଶେଷରେ କିନ୍ତୁ ଯୋଜନା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ।

Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe