Advertisment

ଆରମ୍ଭ ହେଲା ‘ସୁଭଦ୍ରା’ ଆବେଦନ; ପ୍ରଥମ ଦିନରେ ଅସମ୍ଭାଳ ଭିଡ଼

ସେପ୍ଟମ୍ବର ୧୭ ତାରିଖରେ ଯୋଜନା ଶୁଭାରମ୍ଭ ଦିନ କାର୍ଡ ସହ ପ୍ରଥମ କିସ୍ତି ପାଇବେ ହିତାଧିକାରୀ। ତା ପୂର୍ବରୁ ଆବେଦନ ପରେ E-KYC ଯାଞ୍ଚ କରି ହିତାଧିକାରୀ ତାଲିକା ଚୂଡାନ୍ତ ହେବ।

undefined

Subhadra Yojana

Advertisment

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ସେଥିପାଇଁ ଅଙ୍ଗନବାଡି କେନ୍ଦ୍ରରେ ଲାଗିଛି ଲମ୍ୱା ଲାଇନ। ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଏମିତି କି ଗାଁରେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡି ଦିଦି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ ସଚେତନ କରୁଛନ୍ତି।

Advertisment

ଆରମ୍ଭ ହେଲା ସୁଭଦ୍ରା ଯୋଜନା। ତାହା ହେଲେ କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ? ଆଉ କ’ଣ କ’ଣ ପ୍ରମାଣପତ୍ର ଦେବେ? ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ। ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ। ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ହେବ। ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍‌ରେ ୨୧ ବର୍ଷ ହେଉଥିବା ଦରକାର। ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍‌ ମାରିବାକୁ ହେବ। ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ। ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ। ତା’ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ।

ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ। ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ଏହାପରେ ଆବେଦନ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ।

Advertisment

ସେପ୍ଟମ୍ବର ୧୭ ତାରିଖରେ ଯୋଜନା ଶୁଭାରମ୍ଭ ଦିନ କାର୍ଡ ସହ ପ୍ରଥମ କିସ୍ତି ପାଇବେ ହିତାଧିକାରୀ। ତା ପୂର୍ବରୁ ଆବେଦନ ପରେ E-KYC ଯାଞ୍ଚ କରି ହିତାଧିକାରୀ ତାଲିକା ଚୂଡାନ୍ତ ହେବ। ଯଦିଓ ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ସାମିଲ କରିବା ଲକ୍ଷ୍ୟ ଥିବା କୁହାଯାଉଛି, ହେଲେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଯୋଜନାରେ ସାମିଲ ହେବାର ଥିବାରୁ ଏହି ସଂଖ୍ୟା ଆହୁରି ବଢିପାରେ।

Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe