Advertisment

୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି; ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦିଅ

ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି।

Fake Teacher

Fake Teacher

Advertisment

ନକଲି ଶିକ୍ଷକଙ୍କ ତଥ୍ୟ ଦେଇ ନାହାନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା,ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ଶିକ୍ଷା ନିର୍ଦ୍ଦେଶାଳୟକୁ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି। ଯାହାକୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ସରକାର ଦାଖଲ କରିବେ। କିନ୍ତୁ ଏସବୁ ଜିଲ୍ଲାରୁ ତଥ୍ୟ ଆସି ନଥିବାରୁ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ଏଥିଲାଗି ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ଶିକ୍ଷା ନିର୍ଦ୍ଦେଶାଳୟକୁ ପଠେଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶକ ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe