Advertisment

ଓଡ଼ିଶା ଆସିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର, ଆସନ୍ତାକାଲି ଶେଷକୃତ୍ୟ

ସୁଜ୍ଞାନ କୁମାରୀ ଦେଓଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଗତକାଲି ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Naveen patnaik

Naveen patnaik

Advertisment

ଶେଷ ଯାତ୍ରାରେ ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ। ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କର ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି ପାର୍ଟି ଅଫିସ ଅଣାଯାଇଥିଲା। ଶଙ୍ଖଭବନରେ ଦଳୀୟ ନେତା ମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ପହଞ୍ଚି ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Advertisment

ଏହାପରେ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକ ମାନେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ। ଆସନ୍ତାକାଲି ଶେଷକୃତ୍ୟ ପାଇଁ ତାଙ୍କର ପାର୍ଥିବ ଶରୀରକୁ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟକୁ ନିଆଯିବ। ରେ ତାଙ୍କର ଶେଷକୃତ୍ୟ କରାଯିବ।

ସୁଜ୍ଞାନ କୁମାରୀ ଦେଓଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଗତକାଲି ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା।

Advertisment

ସୁଜ୍ଞାନ କୁମାରୀ ଦେଓ ୧୯୩୭ ଅଗଷ୍ଟ ୫ରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ରାଜା ଆର.ଭି.ଏମ୍. ନୀଳାଦ୍ରି ରାଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ। ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ନେତ୍ରୀ ଖଲ୍ଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ୧୯୬୧ରେ ଜାତୀୟ କଂଗ୍ରେସ ଟିକଟରେ ଖଲ୍ଲିକୋଟରୁ ଆରମ୍ଭ କରିଥିଲେ ଏହି ଜୟଯାତ୍ରା।

ସେ ୧୯୭୪ରେ ଉତ୍କଳ କଂଗ୍ରେସରୁ, ୧୯୭୭ ଏବଂ ୧୯୮୫ରେ ଜନତା ପାର୍ଟି, ୧୯୯୦ ଏବଂ ୧୯୯୫ରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡି ଟିକେଟରେ ୨୦୦୦ରୁ ୨୦୦୯ ଯାଏଁ ୨ ଥର ଖଲ୍ଲିକୋଟ ଏବଂ ୨୦୦୯ ଓ ୨୦୧୪ରେ ୨ ଥର କବିସୂର୍ଯ୍ୟନଗର ବିଧାୟିକା ହୋଇଥିଲେ ସୁଜ୍ଞାନ କୁମାରୀ ଦେଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe