୬ ମାସ ଛୁଟିରେ ଗଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା

 ମିଶନ ଶକ୍ତିରୁ ଅପସାରଣ ପରେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା। 

Sujata Karthikeyan

ସୁଜାତା ଆର କାର୍ତ୍ତିକେୟନ

Ordigital Desk
  • Published: Friday, 07 June 2024
  • Updated: 07 June 2024, 06:19 PM IST

Sports

Latest News

ରାଜ୍ୟରେ ବିଜେପି ସରକାର ଗଠନ ପୂର୍ବରୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଛୁଟିରେ ପଳାଇଛନ୍ତି । ପିଲାର ଯତ୍ନ ନେବା ଆଳ ଦେଖାଇ ସେ ୬ମାସ ଛୁଟିରେ ଯାଇଛନ୍ତି । ଦୀର୍ଘ ୨୪ବର୍ଷର କ୍ଷମତାସୀନ ବିଜେଡିକୁ ଝଟକା ଦେଇ ବିଜେପି ଚଳିତ ନିର୍ବାଚନରେ ରାଜ୍ୟରେ ବିପୁଳ ବିଜୟ ହାସଲ କରିବା ଏବେ ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିଛି ।

ସାଧାରଣ ପ୍ରଶାସନ ବିଭାଗର ଅଫିସ୍ ଅର୍ଡର ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି । ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍‌-୧୯୫୫ର ରୁଲ (୧୮-ଘ)ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି । ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ । ପିଲାର ଯତ୍ନ ପାଇଁ ନେଇଥିବା ଛୁଟିକୁ ସବୈତନିକ ଛୁଟି ଭାବେ ବିବେଚନା କରାଯିବ ଓ ଛୁଟି ସରିବା ପରେ ଉକ୍ତ ଦରମା ପାଇବାକୁ ସେ ହକଦାର ହେବେ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି ।

ସାଧାରଣ ବିଭାଗର ଏହି ନିର୍ଦ୍ଦେଶାବଳୀରେ ସୁଜାତା ମେ’ ୧୦ତାରିଖରୁ ଛୁଟିରେ ରହିଛନ୍ତି । ପିଲା ଯତ୍ନ ପାଇଁ ୬ମାସ ଛୁଟି(ମେ’ ୩୧ରୁ ନଭେମ୍ବର ୨୬) ଅବଧିକୁ ପିଛିଲା ଭାବେ ଜୁନ୍ ୫ତାରିଖରେ ମଞ୍ଜୁର ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ସୁଜାତା ହେଉଛନ୍ତି ବିଜେଡି ନେତା ପାଣ୍ଡିଆନଙ୍କ ପତ୍ନୀ । ରାଜ୍ୟର ପ୍ରଭାବଶାଳୀ ଆଇଏଏସ୍ ଭାବେ ପରିଚିତ ସୁଜାତାଙ୍କୁ ନିର୍ବାଚନ କମିଶନଙ୍କ ଛାଟ ପଡ଼ିଥିଲା ଓ ତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି କରାଯାଇଥିଲା । ରାଜ୍ୟରେ ୧୦ତାରିଖରେ ବିଜେପି ସରକାର ଗଠନ ହେଉଥିବାରୁ ସୁଜାତା ନିଜ ଝିଅର ପାଠପଢ଼ାର ବାହାନା ଦେଖାଇ ଛୁଟିରେ ପଳାଇଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story