Advertisment

ପୁରୀର ଆଶାକର୍ମୀ ସୁକାନ୍ତିଙ୍କୁ ଦିଲ୍ଲୀ ଡକରା; ସ୍ୱାଧୀନତା ଦିବସରେ ହେବେ ଅତିଥି

ଓଡ଼ିଶାରୁ ଏକମାତ୍ର ଆଶା କର୍ମୀ ଭାବେ ତାଙ୍କୁ ଏହି ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି।

sukanti jena

sukanti jena

Advertisment

ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ବିଭିନ୍ନ ସ୍ଥାନରେ ପରେଡ୍ ରିହର୍ସାଲ୍ ଆରମ୍ଭ ହୋଇଯାଇଛି। ଏଥର ସ୍ୱାଧୀନତା ଦିବସରେ ଦିଲ୍ଲୀରେ ଅତିଥି ହେବେ ପୁରୀ ଚନ୍ଦନପୁର ତଳଜଙ୍ଗ ଗାଁର ଆଶାକର୍ମୀ ଶ୍ରୀମତି ସୁକାନ୍ତି ଜେନା।

Advertisment

ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ତାଙ୍କୁ ବିଶେଷ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି। ସେ ଦିଲ୍ଲୀର ଅନ୍ୟ ଅତିଥିଙ୍କ ଗହଣରେ ବସି ପରେଡ୍ ଉତ୍ସବ ଦେଖିବାର ସୁଯୋଗ ପାଇବେ। ଏନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ନିମନ୍ତ୍ରଣପତ୍ର ଆସିଛି। ଆସନ୍ତା ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ।

ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନେକ ଯୋଜନାକୁ ସୁକାନ୍ତି ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ,ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାରସଫଳ ରୂପାୟନ ମଧ୍ୟ କରିଛନ୍ତି। ଓଡ଼ିଶାରୁ ଏକମାତ୍ର ଆଶା କର୍ମୀ ଭାବେ ତାଙ୍କୁ ଏହି ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ସେହିପରି ANM ଭାବେ କେନ୍ଦୁଝରର ଦମୟନ୍ତୀ ରାଉତଙ୍କୁ ମିଳିଛି ନିମନ୍ତ୍ରଣ ପତ୍ର।

Advertisment
Puri Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe