Advertisment

ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର; ବଢ଼ିଲା ସନ୍ଦେହ

ଗତ କାଲି ପୁରୀ ବେଳାଭୂମିରେ ଅଜଣା କଣ୍ଟେନର ଭାସ୍ୟମାନ ଅବସ୍ଥାରେ ମିଳିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Container

Container

କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର। କଣ୍ଟେନରକୁ ଦେଖିବାକୁ ପୁରୀ ପେଣ୍ଠକଟା ନିକଟ ବେଳାଭୂମିରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

Advertisment

ଗତକାଲି ପୁରୀ ବେଳାଭୂମିରେ ଅଜଣା କଣ୍ଟେନର ଭାସ୍ୟମାନ ଅବସ୍ଥାରେ ମିଳିଥିଲା। ପେଣ୍ଠକଟାର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ବେଳେ ଅଜଣା କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ। ସେହି କଣ୍ଟେନରକୁ କୂଳକୁ ଆଣିବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ ବହୁତ ଓଜନ ହୋଇଥିବା ହେତୁ କୂଳକୁ ଅଣାଯାଇ ପାରିନଥିଲା।

ତେବେ ବିଳମ୍ବିତ ରାତିରେ ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳରେ ଲାଗିଥିବା ଜଣାପଡ଼ିଛି। ତେବେ କେଉଁଠୁ ଆସିଲା ଏହି କଣ୍ଟେନର ତାହା ସ୍ପଷ୍ଟ ହୋଇନାହିଁ। କୌଣସି ଏକ ଜାହାଜରୁ କଣ୍ଟେନର ଖସିପଡିଥିବା ସନ୍ଦେହ କରାଯାଉଛି।

Advertisment

Odisha Police Puri