Advertisment

କେନ୍ଦ୍ରାପଡ଼ାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ହସ୍ପିଟାଲ୍‌

ବ୍ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଛି।

Odisha

Odisha

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ତ୍ଵାବଧାନରେ ଖୁବ୍ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଛି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ଦାବିକୁ ବିଚାର ବିମର୍ଷକରି ସାଂସଦ ଶ୍ରୀ ପଣ୍ଡା ଦେଶର ବିଭିନ୍ନ ଅଗ୍ରଣୀ ପ୍ରମୁଖ ଅନୁଷ୍ଠାନ ମାନଙ୍କ ସହିତ ଗତ ୨ ବର୍ଷ ଧରି ଯୋଗାଯୋଗରେ ଥିଲେ। ଶେଷରେ ଶ୍ରୀ ପଣ୍ଡାଙ୍କ ଅନୁରୋଧକ୍ରମେ ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟ କେନ୍ଦ୍ରାପଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ପରେ କେନ୍ଦ୍ରାପଡ଼ା ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ଗତ ଏପ୍ରିଲ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟର ଓଡ଼ିଶାରେ ଏହା ପ୍ରଥମ ଚିକିତ୍ସାଳୟ ହେବାକୁ ଥିଲାବେଳେ ଏଥିପାଇଁ ଆବଶ୍ୟକୀୟ ୧୦ ଏକର ଜମି ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ସ୍ଥିତ ଡେରାବିଶ ବ୍ଲକ ଠାରେ ଚିହ୍ନଟ କରିସାରିଛନ୍ତି। ଏହି ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା ପାଇବା ସହିତ ପ୍ରାଥମିକ ସ୍ତରରେ ଏହି ଅନୁଷ୍ଠାନ ଆନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଓପିଡି ଖୋଲାଯିବା ସହ ବିଭିନ୍ନ ବିଭାଗର ଅନୁନ୍ୟ ୧୦ ଜଣ ଅଭିଜ୍ଞ ଡାକ୍ତରଙ୍କ ସହଯୋଗରେ ରୋଗୀସେବା ଯୋଗାଇଦେବା ପାଇଁ ନିକଟରେ ଦିଆଯାଇଥିବା ପ୍ରସ୍ତାବଟିରେ ଜିଲ୍ଲା ପ୍ରଶାସନ ସହମତି ପ୍ରକାଶ କରିଛନ୍ତି।

Advertisment

ଗତକାଲି ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ସହଯୋଗରେ ସହିତ ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟର ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ କରିବା ସହ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିଛନ୍ତି ଏବଂ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିସ୍ତୃତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଏହି ଚିକିତ୍ସାଳୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Odisha Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe