Advertisment

ଚୋରି ଅଭିଯୋଗ ଆଣିଥିଲେ ସ୍ୱାମୀ, ସ୍ତ୍ରୀକୁ ଚୋର ସଜାଇଦେଲା ‘ଖଟିଆ’

ଦୁଇ ଦିନ ତଳେ ସଇଁତଳା ବ୍ଲକ୍‌ ଟୁର୍ଚାଉପେର ଗାଁର ବିଦ୍ୟା ରଣାଙ୍କ ଘରୁ ସୁନା ଚେନ୍‌ ଚୋରି ହୋଇଥିଲା। ବିଦ୍ୟା ଓ ତାଙ୍କ ପତ୍ନୀ ବହୁ ଖୋଜା ଖୋଜି କରିଥିଲେ। ହେଲେ ସୁନା ଚେନ୍‌ ପାଇନଥିଲା। ତେଣୁ ବିଦ୍ୟା ତାନ୍ତ୍ରିକର ଶରଣ ପଶିଥିଲେ।

Titlagarh

Titlagarh

Advertisment

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ! ଚୋରକୁ ଧରିବା ପାଇଁ ଖଟିଆ ବିଦ୍ୟାର ସହଯୋଗ ନେଇଥିଲେ ସ୍ୱାମୀ। ଆଉ ନିଜ ସ୍ତ୍ରୀଙ୍କୁ ଚୋର ସଜାଇ ଦେଲା ତାନ୍ତ୍ରିକଙ୍କ ‘ଖଟିଆ ବିଦ୍ୟା’। ଯାହା ଏବେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Advertisment

ଦୁଇ ଦିନ ତଳେ ସଇଁତଳା ବ୍ଲକ୍‌ ଟୁର୍ଚାଉପେର ଗାଁର ବିଦ୍ୟା ରଣାଙ୍କ ଘରୁ ସୁନା ଚେନ୍‌ ଚୋରି ହୋଇଥିଲା। ବିଦ୍ୟା ଓ ତାଙ୍କ ପତ୍ନୀ ବହୁ ଖୋଜା ଖୋଜି କରିଥିଲେ। ହେଲେ ସୁନା ଚେନ୍‌ ପାଇନଥିଲା। ତେଣୁ ବିଦ୍ୟା ତାନ୍ତ୍ରିକର ଶରଣ ପଶିଥିଲେ। ତାନ୍ତ୍ରିକ ମହାଶୟ ଖଟ ବିଦ୍ୟା ବଳଦରେ ସୁନା ହାର ଚୋରି କରିଥିବା ଚୋରକୁ ଧରାଇ ଦେବେ ବୋଲି କଥା ଦେଇଥିଲେ। ତାଙ୍କ କଥାକୁ ଭରସା କରି ବିଦ୍ୟା ସମ୍ପୃକ୍ତ ତାନ୍ତ୍ରିକକୁ ନିଜ ଘରକୁ ଡାକିଥିଲେ।

ତାନ୍ତ୍ରିକ ଘରେ ପୂଜା କରିଥିଲା। ପୂଜା ସରିବା ପରେ ଖଟ ଗାଁ ବୁଲିବା ପାଇଁ ବାହାରିଥିଲା। ୪ ଜଣ ଯୁବକ ଖଟକୁ ଧରି ଗାଁ ବୁଲାଇଲେ। ତାନ୍ତ୍ରିକ ମନ୍ତୁରା ପାଣି ଫିଙ୍ଗିବା ପରେ ଖଟ ଗାଁ ବୁଲିଥିଲା। ଖଟ ଗାଁ ସାରା ବୁଲିବା ପରେ ଆସି ପହଞ୍ଚିଲା ବିଦ୍ୟାଙ୍କ ଘର ଆଗରେ ଛିଡ଼ା ହୋଇଥିବା ତାଙ୍କ ପତ୍ନୀଙ୍କ ପାଖରେ। ଅର୍ଥାତ ବିଦ୍ୟାଙ୍କ ପତ୍ନୀଙ୍କୁ ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ଗୁଣିଆ ସଜାଇ ଦେଲେ ତାନ୍ତ୍ରିକ। କହିବାକୁ ଗଲେ ନିଜ ଅନ୍ଧବିଶ୍ୱାସ୍‌ ଜାଲରେ ନିଜେ ଫସିଗଲେ ବିଦ୍ୟା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Superstition Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe