Advertisment

'ଦାନା' ଖୋଲିଲା ଆବାସ ପୋଲ୍‌; ରାଜସ୍ୱ ମନ୍ତ୍ରୀ ମାରିଲେ ତେରଚ୍ଛା ବାଣ

ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସରକାରରେ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନି।

author-image
Manoranjan Sial
Flood

Flood

ବାତ୍ୟା 'ଦାନା' ଖୋଲିଲା ଆବାସ ପୋଲ୍‌। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ବିଜେଡି ସରକାରକୁ ମାରିଲେ ତେରଚ୍ଛା ବାଣ। କହିଲେ, ବାତ୍ୟା ପ୍ରବଣ ଓଡ଼ିଶାରେ କାହିଁକି ପ୍ରତି ଥର ବାତ୍ୟାରେ ଝାଟି ମାଟି ଘର ଭାଙ୍ଗୁଛି? ପିଏମ୍‌ ଆବାସ ଯୋଜନାରେ ହୋଇଛି କି ବ୍ୟାପକ ଅନିୟମିତତା?

Advertisment

ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରି ଆଜି ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଝାଟି ମାଟି ଘର ଭାଙ୍ଗିଥିଲେ ତାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। କିନ୍ତୁ କାହିଁକି ଏତେ ଗରିବ ଶ୍ରେଣୀର ଲୋକ ପିଏମ୍‌ ଆବାସ ଯୋଜନାର ସୁବିଧା ଏଯାଏଁ ପାଇ ପାରିନାହାନ୍ତି? ମନ୍ତ୍ରୀ କହିଛନ୍ତି ଆମ ସରକାର ଦୀର୍ଘ ମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି। ଯେପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆଉ ଆଗକୁ ଘର ଭାଙ୍ଗିବନି।

ସେପଟେ ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସରକାରରେ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନି।

Advertisment

ସେପଟେ ବିଜେଡିର ପୋଲ୍‌ ଖୋଲିଥିଲା ନିକଟରେ ବିଧାନସଭାରେ ଆସିଥିବା ତଥ୍ୟ। ସେଥିରେ କୁହାଯାଇଥିଲା, ବିଜେଡି ସରକାର ସମୟରେ ତାଲିକା ନଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଥିଲା। ୨୦୧୬ରୁ ୨୦୨୩ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଥିବା ତାଲିକା ଦେଇପାରିନଥିଲେ ନବୀନ ସରକାର। ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ମିଳିଥିବା ବେଳେ ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବେଦନ କରି ଘର କେବେ ମିଳିବ ଅପେକ୍ଷା କରିଛନ୍ତି।

Cyclone Dana