Advertisment

ସୁରେଶ ୱାଡେକର, ସୋନୁ ନିଗମ୍‌ଙ୍କ କଣ୍ଠରେ ଝୁମିବ ବାଲିଯାତ୍ରା ପଡ଼ିଆ

ଚଳିତବର୍ଷ ମୋଟ୍ ୧୧୦୦ ପ୍ଲଟ୍ ଆବଣ୍ଟନ ହେବାକୁ ଥିବା ବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଡ୍‌ ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା।

author-image
Manoranjan Sial
Cuttack

Cuttack

ଚଳିତବର୍ଷ ଅଧିକ ଆକର୍ଷଣୀୟ ହେବ କଟକର ଐତିହାସିକ ବାଲିଯାତ୍ରା। ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ମଙ୍ଗଳବାରଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲିଯାତ୍ରାରେ ଏଥର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବଲିଉଡ୍ କଣ୍ଠଶିଳ୍ପୀ ସୁରେଶ ୱାଡେକର, ସୋନୁ ନିଗମ୍‌, ଅନୁପ ଜଲୋଟାଙ୍କ ପରି ଗୀତରେ ଝୁମିବ ବାଲିବ ବାଲିଯାତ୍ରା।

Advertisment

ଚଳିତବର୍ଷ ମୋଟ୍ ୧୧୦୦ ପ୍ଲଟ୍ ଆବଣ୍ଟନ ହେବାକୁ ଥିବା ବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଡ୍‌ ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା। ଏହା ସହ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତବର୍ଷ କଟକ-ଇନ-କଟକ ପ୍ୟାଭିଲିଅନରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମାର ଥିମ୍‌ ପ୍ରଦର୍ଶିତ ହେବ। ଏହା ସହ ସାସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍‌ କଳାକାର ସୋନୁ ନିଗମ୍, ସୁରେଶ ୱାଡେକର, ଅନୁପ ଜଲୋଟା ଓ ପିୟୁଷ ମିଶ୍ରଙ୍କ ସହ ଓଲିଉଡ୍‌ର ଆଗ ଧାଡିର କଳାକାରମାନେ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

ବାଲିଯାତ୍ରାର ଐତିହ୍ୟ ଓ ଅସ୍ମିତାକୁ ନେଇ ପ୍ରଥମ ଥର ପାଇଁ ୫୦୦ ଡ୍ରୋନ ମାଧ୍ୟମରେ ଡ୍ରୋନ ସୋ ଏବଂ ଲେଜର ସୋ ହେବ। ଏହାସହ ଚଳିତବର୍ଷ କମିବ ପାର୍କିଂ ଫି ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି।

Advertisment

ସେପଟେ ଦେଖିବାକୁ ଗଲେ କଟକ ଉପର ବାଲିଯାତ୍ରା ପଡ଼ିଆର ୮ ଏକର ଓ ତଳ ପଡ଼ିଆରେ ୪୩ ଏକ ଜମିରେ ବାଲିଯାତ୍ରା ଆୟୋଜିତ ହୋଇଥାଏ। ତେବେ ଗତ ଦୁଇ ବର୍ଷ ହେଲା ପ୍ଲଟ୍‌ ନିଲାମ ଯୋଗୁ ବାଲିଯାତ୍ରା ତା’ର ଅସ୍ଥିତ୍ତ୍ୱ ହରାଇବାକୁ ବସିଲାଣି। ଆଉ ବଡ଼ ବଡ଼ କମ୍ପାନୀ ବାଲିଯାତ୍ରାରୁ ମୁହଁ ଫେରାଇଲେଣି। ସେହିପରି ଶସ୍ତା ଯାତ୍ରାର ମାନ୍ୟତା ପାଇଥିବା ବାଲିଯାତ୍ରା ଏବେ ମହନଗର ଯାତ୍ରାରେ ପରିଣତ ହେଲାଣି।

ଗତବର୍ଷ ବାଲିଯାତ୍ରା ଦୁର୍ନୀତିର ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରି ନାହିଁ। ତେବେ ସରକାରଙ୍କ ପ୍ଲଟ୍‌ ନିଲାମ୍‌ ପ୍ରକ୍ରିୟାକୁ ବିରୋଧ କରି ବାଲିଯାତ୍ରା ବ୍ୟବସାୟୀ ସଂଘ, ଦୋଳି ଓ ମୀନା ବଜାର ମହାସଂଘ ଏବଂ କଟକ ଜିଲ୍ଲା ଟେଣ୍ଟ ହାଉସ୍‌ ୱେଲଫେୟାର ଆସୋସିଏସନ ଚଳିତବର୍ଷ ବାଲିଯାତ୍ରାକୁ ବର୍ଜନ କରିଛନ୍ତି। ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ପୁରୁଣା ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି। ଯାହା ପ୍ରଶାସନର ଚିନ୍ତା ବଢେଇ ଦେଇଛି। ସେପଟେ ପ୍ରଶାସନ ବାଲିଯାତ୍ରାକୁ ବ୍ୟବସାୟୀକ ଦୃଷ୍ଟିକୋଣରୁ ନଦେଖି ଏହାର ଐତିହ୍ୟ ଓ ଗାରିମାକୁ ବଜାୟ ରଖିବା ପାଇଁ ଦାବି କରିଛନ୍ତି କଟକର ବୁଦ୍ଧିଜୀବୀ।

Cuttack Bali Yatra