Advertisment

ଆଇଏଫଏସ୍ ବଦଳି: ସୁଶାନ୍ତ ନନ୍ଦଙ୍କୁ ପିସିସିଏଫ-ବନ୍ୟପ୍ରାଣୀ ଦାୟିତ୍ୱ

ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଓ ହେଡ୍ ଅଫ ଫରେଷ୍ଟ ଫୋର୍ସ (ଏଚଓଏଫଏଫ) ଭାବେ କାର୍ଯ୍ୟରତ ଶ୍ରୀ ନନ୍ଦଙ୍କୁ ସରକାର ପୁଣି ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

Loka Seva Bhavan

Loka Seva Bhavan

Advertisment

ରାଜ୍ୟ ସରକାର ଆଜି ଆଇଏଫଏସ୍ (ଭାରତୀୟ ବନ ସେବା) ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସୁଶୀଲ କୁମାର ପୋପଲି ଗତକାଲି ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା ।

Advertisment

ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଓ ହେଡ୍ ଅଫ ଫରେଷ୍ଟ ଫୋର୍ସ (ଏଚଓଏଫଏଫ) ଭାବେ କାର୍ଯ୍ୟରତ ଶ୍ରୀ ନନ୍ଦଙ୍କୁ ସରକାର ପୁଣି ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ଅତିରିକ୍ତ ଦାୟିତ୍ୱ ଭାବେ ସିଡିଏ ଓ ପିଡି ଆଇସିଜେଏମପି ଦାୟିତ୍ୱରେ ଅଛନ୍ତି । ଶ୍ରୀ ପୋପଲିଙ୍କ ଅବସର ଯୋଗୁ ଖାଲି ପଡ଼ିଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଦାୟିତ୍ୱକୁ ଅତିରିକ୍ତ ଭାବେ ତୁଲାଇବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତତ୍କାଳ ପ୍ରଭାବରୁ ତାଙ୍କୁ ଏହି ପଦରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ଓଏସଡି ଆଇଏଫଏସ୍ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଭାବେ ପିସିସିଏଫ କାର୍ଯ୍ୟାଳୟରେ ପିଆଣ୍ଡଏସଏମ୍‌, ଏଫବିଏ ଓ ଆଇଟି,ଜିଆଇଏସ୍ ଦାୟିତ୍ୱ ନ୍ୟସ୍ତ ହୋଇଛି । ତାଙ୍କୁ ନିଜ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱକୁ ତତ୍କାଳ ପ୍ରଭାବରୁ ତୁଲାଇବାକୁ କୁହାଯାଇଛି ।

Advertisment

ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଆଇଏଫଏସ୍ ମନୋଜ ଭି ନାୟାରଙ୍କୁ ଅତିରିକ୍ତ ଭାବେ ଚିଲିକା ଉନ୍ନୟନ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ସମ୍ଭାଳିବେ । ମୁଖ୍ୟ ବନ ସଂରକ୍ଷକ ଆଇଏଫଏସ୍ ପ୍ରଦୀପ୍ତ କୁମାର ସାହୁଙ୍କୁ ଏମଇଆଣ୍ଡଆଇଭି ୱିଙ୍ଗ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇଏଫଏସ୍ ଓମପ୍ରକାଶ ସିଂ ସରକାରୀ ଚାକିରିରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । 

Forest Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe