Advertisment

କୋରାପୁଟର ରାଜେନ୍ଦ୍ରଙ୍କୁ ପୁଅ କରିନେଲେ ସ୍ୱିଡେନ୍‌ ଦମ୍ପତି

ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ କ୍ଲିଫର୍ଡ ଲୁକ୍‌ ଥୋମାସ, ତାଙ୍କ ପତ୍ନୀ ଚେରିଲ୍‌ କେ ଥୋମାସ୍‌ ଓ ପିଲାମାନେ ଓଡ଼ିଶା ଆସିଥିଲେ। ସେମାନେ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ପାଖରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ।

Koraput

Koraput

Advertisment

କୋରାପୁଟ୍‌ର ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନ୍‌ ଦମ୍ପତି। ସରକାରୀ ନୀତି ନିୟମ ଅନୁସାରେ କାଗଜପତ୍ର କାମ ସରିବା ପରେ ଆଜି ସ୍ୱଦେଶ ଫେରି ଯାଇଛନ୍ତି। ରାଜେନ୍ଦ୍ରଙ୍କୁ ପାଇଥିବାରୁ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ସ୍ୱିଡେନ୍‌ ଦମ୍ପତି କ୍ଲିଫର୍ଡ ଲୁକ୍‌ ଥୋମାସ ଓ ଚେରିଲ୍‌ କେ ଥୋମାସ୍‌।

Advertisment

କୋରାପୁଟ ଜିଲ୍ଲା ଗୌଡ଼ଗୁଡ଼ା ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନର ଗେହ୍ଲା ପୁଅ ହେଉଛନ୍ତି ରାଜେନ୍ଦ୍ର। ସେ ସମସ୍ତଙ୍କର ଅତି ପ୍ରିୟ। ଗତ ୩ ବର୍ଷ ହେଲେ ସେ ସେଠାରେ ରହୁଥିଲେ। ତାଙ୍କର ଫଟୋ CARA(Central Adoption Resource Authority) ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଥିଲା। CARAରୁ ରାଜେନ୍ଦ୍ରଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ସ୍ଵିଡେନ୍‌ ହାଗଗାଟନର ସ୍ଥାୟୀ ବାସିନ୍ଦା କ୍ଲିଫର୍ଡ ଲୁକ୍‌ ଥୋମାସ ଓ ତାଙ୍କ ପତ୍ନୀ ଚେରିଲ୍‌ କେ ଥୋମାସ୍‌। ଏହା ପରେ ସେମାନେ CARA ସହିତ ଯୋଗାଯୋଗ କରିଥିଲେ। ପୋଷ୍ୟ ସନ୍ତାନ ପାଇଁ ଆବେଦନ କରିଥିଲେ।

ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ କ୍ଲିଫର୍ଡ ଲୁକ୍‌ ଥୋମାସ, ତାଙ୍କ ପତ୍ନୀ ଚେରିଲ୍‌ କେ ଥୋମାସ୍‌ ଓ ପିଲାମାନେ ଓଡ଼ିଶା ଆସିଥିଲେ। ସେମାନେ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ପାଖରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ। କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ହୋଇଥିଲା। କାଗଜପତ୍ର କାମ ସରିବା ପରେ ପୋଷ୍ୟ ସନ୍ତାନ ହସ୍ତାନ୍ତର କରାଯାଇଥିଲା। ରାଜେନ୍ଦ୍ରଙ୍କୁ ବିଦାୟ ଦେବା ବେଳେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଓ କେୟାର ଟେକର କୁନି କୁଲଦିପିଆ ଭାବବିହୋଳ ହୋଇଥିଲେ।

Advertisment

କ୍ଲିଫର୍ଡ ଲୁକ୍ ଥୋମାସ ଓ ଚେରିଲ୍ କେ ଥୋମାସ ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ତାଙ୍କର ପୂର୍ବରୁ ଦୁଇ ଝିଅ ଓ ଗୋଟାଏ ପୁଅ ରହିଛନ୍ତି। ଏକ ବଡ଼ ପରିବାରର ସ୍ୱପ୍ନ ନେଇ ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ବୋଲି କ୍ଲିଫର୍ଡ ଲୁକ୍ ଥୋମାସ କହିଛନ୍ତି। ଏହା ଦ୍ୱାରା ସଂସ୍କୃତି ପରମ୍ପରାରେ ଭରପୁର ଭାରତ ଦେଶ ସହିତ ସମ୍ପର୍କ ରହିଲା ବୋଲି ଚେରିଲ୍‌ କେ ଥୋମାସ୍‌ କହିଛନ୍ତି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe