/odisha-reporter/media/post_attachments/uploadimage/library/16_9/16_9_0/Tattoo_1712731448.jpg)
Tattoo
ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀଙ୍କୁ ଟାଟୁ ମନା। ଦେହରେ ଟାଟୁ କରିଥିଲେ ଶୀଘ୍ର ଟାଟୁ ଲିଭାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଡିସିପି।
Advertisment
୧୫ ଦିନ ମଧ୍ୟରେ ଟାଟୁ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ୟୁନିଫର୍ମ ପିନ୍ଧିବା ପରେ ଯଦି ଦେହରେ ଟାଟୁ ଦେଖାଯାଏ, ତାହାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି।
କେତେକ SSG ଯବାନମାନେ ବେକ ଓ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଥାନ୍ତି। ଏହାଦ୍ୱାରା ଓଡ଼ିଶା ପୁଲିସର ସମ୍ମାନ ହାନି ହେଉଛି। ଏଥିପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଡିସିପି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
