Advertisment

ଏମିତି ଚାଲିଛି ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା, ମିଳୁନି ଔଷଧ

ସେମାନେ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାଇ ଔଷଧ ପାଇଁ ନେହୁରା ହେଉଛନ୍ତି। କିନ୍ତୁ ରୋଗୀମାନଙ୍କୁ ମିଳିପାରୁନି ନିୟମିତ ଔଷଧ।

TB

TB

Advertisment

ବାଲେଶ୍ୱର ଜିଲ୍ଲାରେ ଏବେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ସଂକଟରେ। ମାସ ମାସ ଧରି ସେମାନଙ୍କୁ ମିଳୁନି ଯକ୍ଷ୍ମା ନିରାକରଣ ଔଷଧ। ସେମାନେ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାଇ ଔଷଧ ପାଇଁ ନେହୁରା ହେଉଛନ୍ତି। କିନ୍ତୁ ରୋଗୀମାନଙ୍କୁ ମିଳିପାରୁନି ନିୟମିତ ଔଷଧ।

Advertisment

ଯକ୍ଷ୍ମା ବା ଟିବି ରୋଗକୁ ମୂଳପୋଛ କରିବାକୁ ରାଜ୍ୟ ସରକାର ସବୁ ବ୍ଲକରେ ଏହି ରୋଗର ଚିହ୍ନଟ ଓ ନିରାକରଣ ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ପ୍ରଚାର କରୁଛନ୍ତି। ଓଡ଼ିଶାକୁ ଯକ୍ଷ୍ମା ମୁକ୍ତ କରିବାକୁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଛି। ହେଲେ ଏହାର ବାସ୍ତବ ଚିତ୍ର ବାଲେଶ୍ୱର ଜିଲ୍ଲାରୁ ଆସିଛି। ଏଠାରେ ମାସ ମାସ ଧରି ରୋଗୀ ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ଔଷଧ ପାଇ ପାରୁନାହାନ୍ତି।

ବାଲେଶ୍ୱର ଜିଲ୍ଲାରେ ୨୭ ଶହରୁ ଅଧିକ ଯକ୍ଷ୍ମା ରୋଗୀ ରହିଥିବା ବେଳେ ସେମାନଙ୍କୁ ସରକାରଙ୍କ ତରଫରୁ ଉପଯୁକ୍ତ ଚିକିତ୍ସା ସେବା ଗତ କିଛି ମାସ ହେବ ମିଳି ପାରୁନଥିବା ଅଭିଯୋଗ ହୋଇଛି। ରୋଗୀମାନେ ଡାକ୍ତରଖାନାକୁ ଆସି ଔଷଧ ଖାଇ ସୁସ୍ଥ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ସେମାନଙ୍କୁ ଆହୁରି କଷ୍ଟ ଅନୁଭବ ହେଉଛି।

Advertisment

ସେମାନେ ବାରମ୍ବାର ହସ୍ପିଟାଲ ଆସୁଥିଲେ ହେଁ ସେମାନଙ୍କୁ ଔଷଧ ମିଳି ପାରୁ ନାହିଁ। ହସ୍ପିଟାଲ ଯିବା ଆସିବା କରି ସେମାନେ ଖର୍ଚ୍ଚାନ୍ତ ବି ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ରୋଗୀମାନଙ୍କୁ ନିୟମିତ ଔଷଧ ମିଳିବ ନାହିଁ, ତା’ହେଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ ସରକାର ତୁରନ୍ତ ଆବଶ୍ୟକ ଔଷଧ ଯୋଗାଇ ଦିଅନ୍ତୁ ବୋଲି ଜଣେ ରୋଗୀଙ୍କ ସମ୍ପକର୍କୀୟ ଭଳେନ୍ଦ୍ର ମଲିକ କହିଛନ୍ତି।

ତେବେ ଜିଲ୍ଲାରେ ଯକ୍ଷ୍ମା ରୋଗୀ ଭୋଗୁଥିବା ସମସ୍ୟା ସମ୍ପର୍କରେ ସରକାର ଅବଗତ ଓ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯକ୍ଷ୍ମା ରୋଗ ନିରାକରଣ ଅଧିକାରୀ ମନୋଜ କୁମାର ସାହୁ କହିଛନ୍ତି।

Odisha Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe