STA
ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ(STA)ର ଅଭିନବ ଉପାୟ। ରାଜପଥ କଡ଼ରେ ମାଗଣା ଚା' ବଣ୍ଟନ କରାଯାଉଛି। ରାତି ତିନିରୁ ଭୋର ୬ ଯାଏଁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରାଜପଥ କଡ଼ରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏଥିରେ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସାମିଲ ହୋଇ ସହଯୋଗ କରୁଛନ୍ତି।
ରାସ୍ତାକଡ଼ ଢାବା, ଟୋଲ ଗେଟ୍ ଭଳି ସ୍ଥାନ ଚିହ୍ନଟ ହୋଇଛି। ଦୂରରୁ ଆସୁଥିବା ବସ୍, ଟ୍ରକ୍, ଟ୍ୟାକ୍ସି ଆଦି ଡ୍ରାଇଭରଙ୍କୁ ମାଗଣା ଚା' ଦିଆଯାଉଛି। ଆରଟିଓ କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରୁଛନ୍ତି। ଡିସେମ୍ବର ୩୧ ଯାଏ ନିୟମିତ ଏଭଳି ପ୍ରୟାସ ଜାରି ରଖିବାକୁ ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶରେ ସମସ୍ତ ଆରଟିଓଙ୍କୁ ଯୁଗ୍ମ ପରିବହନ ଆୟୁକ୍ତ ଚିଠି ଲେଖିଛନ୍ତି।
କୁହୁଡ଼ି ବା ନିଦଭରା ଆଖିରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଇବା ବେଳେ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଏ। ଏହାକୁ ‘ପଥ ସମ୍ମୋହନ’ ବା ‘ରୋଡ୍ ହିପ୍ନୋସିସ’ କୁହାଯାଏ। ଯେଉଁଥିପାଇଁ ଦୁର୍ଘଟଣା ଘଟିଥାଏ। ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ହେଲେ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ମୁହଁ ଧୋଅନ୍ତୁ। ବିଶ୍ରାମ ସମୟରେ ଚା’ ବା କଫି ପିଅନ୍ତୁ ବୋଲି କୁହାଯାଇଛି।
#RoadHypnosis ବା ପଥ ସମ୍ମୋହନ ସଡ଼କ ଦୁର୍ଘଟଣାର କାରଣ ହୋଇପାରେ। ଦୀର୍ଘ ସମୟ ଧରି ଗାଡ଼ି ଚଲାଉଥିଲେ ନିୟମିତ ବିରତି ନିଅନ୍ତୁ।
ଗାଡ଼ିକୁ ସୁରକ୍ଷିତ ପାର୍କିଂ କରି:
🚶♂️ ଚଲାବୁଲା କରନ୍ତୁ
🧼 ମୁହଁ ଧୋଇଦିଅନ୍ତୁ
☕ ଚା, କଫି ପିଅନ୍ତୁ
🛌 ବିଶ୍ରାମ ନିଅନ୍ତୁ
🚗 ସମ୍ପୂର୍ଣ୍ଣ ସତେଜ ଅନୁଭବ ହେଲେ ଗାଡ଼ି ଚଲାନ୍ତୁ#RoadSafety#Odishapic.twitter.com/oTtGLmWT6N— State Transport Authority, Odisha (@STAOdisha) December 11, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
