Advertisment

ସ୍କୁଲ ଆସିଲେନି ଶିକ୍ଷକ; ତାତିଲେ ଅଭିଭାବକ

ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଫାଟକରେ ତାଲା ପକାଇଛନ୍ତି ଅଭିଭାବକ।

author-image
Tapaswini Nayak
Tension situation

Tension situation

ସ୍କୁଲକୁ ଆସି ନାହଁନ୍ତି ଶିକ୍ଷକ। ସ୍କୁଲ ଖୋଲି ପ୍ରାର୍ଥନା କଲେ ଛାତ୍ରଛାତ୍ରୀ। ଏହି ଘଟଣାକୁ ନେଇ ତାତିଲେ ଅଭିଭାବକ। ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଫାଟକରେ ପକାଇଲେ ତାଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଛି। ଏହି ୫ଟି ଶ୍ରେଣୀର ପିଲାଙ୍କୁ ୨ ଜଣ ଶିକ୍ଷକ ଅଛନ୍ତି। ହେଲେ ଆଜି ଏହି ଦୁଇ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିଲେ। ଏଥିସହ ଜଣେ ଛାତ୍ରୀକୁ ବିଦ୍ୟାଳୟର ଚାବି ଦେଇ ବିଦ୍ୟାଳୟ ଖୋଲିବାକୁ କହିଥିଲେ ଜଣେ ଶିକ୍ଷକ। ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟ ଖୋଲିଲାପରେ ସବୁ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ପ୍ରବେଶ କରି ପ୍ରାର୍ଥନା କରିଥିଲେ। ପରେ ରୋଷେୟା ଆସି ମଧ୍ୟ ପିଲାମାନଙ୍କ ପାଇଁ ରୋଷେଇ କରିଥିଲେ। ହେଲେ ୨ ଶିକ୍ଷକଙ୍କ ଦେଖା ନଥିଲା। ଏହି ବିଷୟରେ ଅଭିଭାବକ ଖବର ପାଇବା ସ୍କୁଲରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଖବର ପାଇ ସିଆରସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ତେବେ ସ୍କୁଲରେ ଅନୁପସ୍ଥିତ ଥିବା ଦୁଇ ଶିକ୍ଷକ କୌଣସି ଛୁଟି ଦରଖାସ୍ତ ଦେଇ ନଥିବା ସୂଚନା ରହିଛି। ଏହି ଘଟଣାକୁ ନେଇ ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
School Sonepur