Advertisment

ନାଚ ଅଭ୍ୟାସ କରୁଥିଲେ ପିଲା; ଶୋଇପଡ଼ିଲେ ଶିକ୍ଷକ

ପିଲାଙ୍କୁ ଗାଇଡ୍‌ କରିବା ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ିଲେ ସାର୍‌।

ଅଦ୍ୟତନ ହୋଇଛି
Teacher

Teacher

Advertisment

ଶ୍ରେଣୀ ଗୃହରେ ନାଚ ଅଭ୍ୟାସ କରୁଥିଲେ ପିଲା। ପିଲାଙ୍କୁ ଗାଇଡ୍‌ କରିବା ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ିଲେ ସାର୍‌। ସୋଶାଲ ମିଡିଆରେ ସାର୍‌ଙ୍କର ଶୋଇବାର ଭିଡିଓ ଭାଇରାଲ ହେଉଛି। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଥିବା ଵାଲିପଦା ପ୍ରକଳ୍ପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଘଟଣାଟି ୨ ତଳର ବୋଲି ଜଣାଯାଇଛି। ଉକ୍ତ ଶିକ୍ଷକ ଜଣଙ୍କ ହେଲେ ଜୟନ୍ତ ମଲ୍ଲିକ।

Advertisment

’ସୁରଭି’ କାର୍ଯ୍ୟକ୍ରମରେ ପିଲାମାନେ ଭାଗ ନେଇଥିଲେ। ଏଥିପାଇଁ କାର୍ଯ୍ୟକ୍ରମର ପୂର୍ବ ଦିନରେ ପିଲାମାନେ ଶ୍ରେଣୀ ଗୃହରେ ନାଚ ଅଭ୍ୟାସ କରୁଥିଲେ। ପିଲାମାନଙ୍କୁ ଗାଇଡ୍ କରିବା ପାଇଁ ଉକ୍ତ ଶିକ୍ଷକଙ୍କୁ କୁହାଯାଇଥିଲା। ହେଲେ ଶିକ୍ଷକ ଜଣଙ୍କ ନିଘୋଡ଼ ନିଦରେ ଚେୟାର ଉପରେ ଶୋଇପଡ଼ିଥିଲେ। କେହି ଜଣେ ବ୍ୟକ୍ତି ଶିକ୍ଷକଙ୍କ ଶୋଇବା ସମୟର ଭିଡ଼ିଓ ରେକଡିଂ କରି ସୋଶାଲ ମିଡିଆରେ ଭାଇ କରିଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବାପରେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉକ୍ତ ଶିକ୍ଷକ। ସେ କହିଛନ୍ତି ଯେ, ମୋ ଦେହ ଖରାପ ଥିଲା। ମେଡିସିନ ଖାଇଦେଇଥିଲି, ସେଥିପାଇଁ ଆଖି ଲାଗିଯାଇଥିଲା। ମୁଁ ଜାଣିଶୁଣି ଏପରି କରିନାହିଁ।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ମୁଁ ସେଦିନ ଅନୁପସ୍ଥିତି ରହିଥିଲି। କିଏ ଏବଂ କାହିଁକି ଭିଡିଓ କରି ସୋଶାଲ ମିଡିଆରେ ଭାଇରାଲ କଲା ମୁଁ ଏହି ବିଷୟରେ ଅବଗତ ନାହିଁ।

Advertisment

ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି, ଘଟଣା ସଂପର୍କରେ ସୋଶାଲ ମିଡିଆରୁ ଜଣାପଡ଼ିବା ପରେ ଉକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

School Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe