/odisha-reporter/media/post_attachments/uploadimage/library/16_9/16_9_0/IMAGE_1703606600.jpeg)
Teacher suspended
ମଦ ପିଇ ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ। ଅଭିଯୋଗ ପରେ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ବୁଢ଼ାବାହାଲ ପଞ୍ଚାୟତର ଧୁମାପାଲି ପ୍ରାଥମିକ ବିଦ୍ୟାଳୟରୁ।
Advertisment
ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ କହିବା ଅନୁସାରେ, ଧୁମାପାଲି ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ କମଲାକାନ୍ତ ଭୋଇ ପ୍ରତ୍ୟହ ବିଦ୍ୟାଳୟକୁ ଆସନ୍ତି ନାହିଁ। ଆଉ ଯେତେବେଳେ ଆସନ୍ତି ମଦ୍ୟପାନ କରି ଆସନ୍ତି।
ଶିକ୍ଷକ କମଳାକାନ୍ତ ନିଶାରେ ବିଶୃଙ୍ଖଳିତ ଆଚରଣ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏକ ବିଦ୍ୟାଳୟରେ କାର୍ଯ୍ୟରତ ରୋଷେୟାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ବିଭାଗୀୟ ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷକ କମଳାକାନ୍ତ ଭୋଇଙ୍କୁ ନିଲମ୍ବିତ କରାଯାଇଛି।
Advertisment
ରିପୋର୍ଟ – ଟିଟିଲାଗଡ଼ରୁ ଅଭିନାଶ ନନ୍ଦ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
