Advertisment

ଅଲ୍‌ଟିମେଟ୍‌ମ ଦେଲା ଶିକ୍ଷକ ସଂଘ; ୨୭ରେ ଦାବି ପୂରଣ ନହେଲେ ୨୯ରୁ ରାସ୍ତାକୁ ଓହ୍ଲାଇବୁ

‘ପ୍ରାଥମିକ ଶିକ୍ଷାରେ ଭିତ୍ତିଭୂମିର ବିକାଶ ନାହିଁ। ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ ନାହିଁ। ମଧ୍ୟାହ୍ନ ଭୋଜନ ବାବଦକୁ ପିଲାଙ୍କ ପିଛା ସରକାର ୫.୯୦ ପଇସା ଦେଉଛନ୍ତି। ସେଥିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା କଷ୍ଟକର ହେଉଛି।’

author-image
Manoranjan Sial
Teacher

Teacher

ରାଜ୍ୟ ସରକାରଙ୍କୁ ଅଲ୍‌ଟିମେଟ୍‌ ଦେଲା ଶିକ୍ଷକ ସଂଘ। ଜାନୁଆରୀ ୨୭ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଶିକ୍ଷକ ସଂଘ। ଜାନୁଆରୀ ୨୯ ତାରିଖରୁ ଦାବି ପୂରଣ ନହେଲେ ସବୁ ବର୍ଗର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଯୋଗୁ ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟି ରହିବେ ବୋଲି ପ୍ରାଥମିକ ବିଦ୍ୟାଳୟ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି।

Advertisment

ପ୍ରାଥମିକ ବିଦ୍ୟାଳୟ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ କହିବା ଅନୁସାରେ ତିନି ଦଫା ଦାବି ନେଇ ୨୦୨୨ ନଭେମ୍ୱରରେ ଆନ୍ଦୋଳନକୁ ଓହ୍ଲାଇଥିଲା ଶିକ୍ଷକ ସଂଘ। ଦାବି ପୂରଣ ପାଇଁ ମୁଖ୍ୟଶାସନ ସଚିବଙ୍କ ସହିତ ଆଲୋଚନା ହୋଇଥିଲା। ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ଇତି ମଧ୍ୟରେ ୧୦ ମାସ ବିତି ଗଲାଣି। ହେଲେ ଦାବି ପୂରଣ ହେଲା ନାହିଁ। ୨୦୨୩ ସେପ୍ଟେମ୍ୱରରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲୁ। ପୁଣି ଅଲୋଚନା ହେଲା। ସମୟ ଲାଗବ ବୋଲି କୁହାଯାଇଥିଲା। ପ୍ରାଥମିକ ଶିକ୍ଷକ ସଂଘ ଆଶା କରିଥିଲା, ନୂଆ ବର୍ଷରେ ସରକାର ନୂଆ କିଛି ଭେଟି ଦେବେ। କିନ୍ତୁ ଡିସେମ୍ୱର ଜାନୁଆରୀ ଅଧା ହେଲାଣି। ପ୍ରାଥମିକ ଶିକ୍ଷକଙ୍କ କୌଣସି ଦାବି ପୂରଣ ହେଲାନାହିଁ ବୋଲି ଶ୍ରୀ ମହାରଣା କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରାଥମିକ ଶିକ୍ଷାରେ ଭିତ୍ତିଭୂମିର ବିକାଶ ନାହିଁ। ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ ନାହିଁ। ମଧ୍ୟାହ୍ନ ଭୋଜନ ବାବଦକୁ ପିଲାଙ୍କ ପିଛା ସରକାର ୫.୯୦ ପଇସା ଦେଉଛନ୍ତି। ସେଥିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା କଷ୍ଟକର ହେଉଛି। କେତେକ ସ୍ଥାନରେ ନିମ୍ନମାର ହେଉଛି। ଯେଉଁ ଉଦ୍ଦେଶ୍ୟ ନେଇ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ ହୋଇଥିଲା, ତାହା ସାଧିତ ହେଉନାହିଁ। ପିଲାମାନେ ପୃଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଆମେ ବହୁବାର ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଆସିଛୁ। ହେଲେ ରାଜ୍ୟ ସରକାର କୌଣସି ପୂବି ପୂରଣ କରୁନାହାନ୍ତି ବୋଲି ଶ୍ରୀ ମହାରଣା କହିଛନ୍ତି।

Advertisment
Protest Odisha Teacher