Advertisment

ଦୁର୍ନୀତି ରୋକିବ ଟେକ୍ନୋଲୋଜି; ଧାନମଣ୍ଡି ଅବ୍ୟବସ୍ଥା ସୁଧାରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଭାଗ

ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ। ମଣ୍ଡିରୁ ଧାନ ନେଇ ମିଲର ପାଖକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍‌।

KC Patra

KC Patra

Advertisment

ରାଜ୍ୟରେ ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି। ଏମିତିକି ମଣ୍ଡିରୁ ଧାନ ନେଇ ମିଲର ପାଖକୁ ଯାଉଥିବା ଗାଡ଼ିରେ ଲାଗିବ GPS। ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ। ମଣ୍ଡିରୁ ଧାନ ଯେତେବେଳେ ମିଲର ପାଖକୁ ଯାଉଛି ସେହି ସମୟରେ ଗାଡ଼ିରେ ଆମେ GPS ଲଗାଇବୁ। ଫଳରେ ଆମେ ଜାଣିପାରିବୁ ଯେ ପ୍ରକୃତରେ ଧାନ ମଣ୍ଡିରୁ ସିଧାସଳଖ ମିଲର ପାଖକୁ ଯାଉଛି ନା ନାହିଁ। ସେହିପରି ମିଲର ପାଖରୁ ଯେତେବେଳେ ଚାଉଳ ଗୋଦାମକୁ ଆସୁଛି ସେତେବେଳେ ମଧ୍ୟ ଗାଡ଼ିରେ ଜିପିଏସ୍ ଲାଗିବ। ଗତ ୨୪ ବର୍ଷ ଭିତରେ ଦୁର୍ନୀତି ବଢ଼ିଯାଇଛି। ତାକୁ ରୋକିବାକୁ ପଡ଼ିବ। ସେଥିପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପଡ଼ିବ। 

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ନିକଟରେ ମୁଁ କୋରାପୁଟ,ମାଲକାନଗିରି ଓ ରାୟଗଡ଼ା ଗସ୍ତରେ ଯାଇଥିଲି। ସେଠାରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଓ ବହୁତ କେଳେଙ୍କାରୀ ଅଛି। ଭବିଷ୍ୟତରେ ଯେପରି ଏଭଳି ଆଉ ନଘଟେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ସବୁ ମଣ୍ଡିରେ ସିସିଟିଭି ଲାଗିବ। ମାସେ ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ। ମଣ୍ଡିରେ ଦିନ ଦିନ ବା ମାସ ମାସ ଧରି କୃଷକମାନେଯେପରି ବସିବେ ନାହିଁ, ସେଥିନେଇ ନିର୍ଦ୍ଦେଶ ଦେଇଛି। କଟନୀ ଛଟନୀ ଅଦୌ ହେବ ନାହିଁ। କାଁ ଭାଁ କେଉଁଠି ଧାନର ଗୁଣାତ୍ମକମାନରେ ଯେଉଁଠି ଗଡ଼ବଡ଼ ଥିବ, ସେଠାରେ କିଛି କଟନୀ ଛଟନୀ ହୋଇପାରେ। 

Advertisment

ଦରଦାମ ବୃଦ୍ଧି 

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ଦରଦାମକୁ ଆମେ ନିୟନ୍ତ୍ରଣକୁ ଆଣିଛୁ। ପିଆଜ ଦର ୪୦ରୁ ଉପରକୁ ଯାଉ ନାହିଁ।  ଆଳୁ ଦର ମଧ୍ୟ ୩୦/୩୫ ଟଙ୍କା ଭିତରେ ରହିଛି। ନାସିକ ଓ ଆନ୍ଧ୍ରରୁ ଆମ ରାଜ୍ୟକୁ ପିଆଜ ଆସୁଛି। ସେହିପରି ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ସେଠାରେ ରେଟ୍ ଅଧିକ ଅଛି। ଏନେଇ ଆମେ ତଥ୍ୟ ସଂଗ୍ରହ କରିଛୁ। ଯଦି ଖୁଚୁରା ବେପାରୀମାନେ ବହୁତ ଲାଭ ଆଶାରେ ଉଚ୍ଚ ଦରରେ ବିକ୍ରି କରିବେ, ତା’ହେଲେ ରେଡ୍ ହେବ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶୀତଳ ଭଣ୍ଡାର 

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,ଆମ ସରକାର ଶୀତ ଭଣ୍ଡାର ନିର୍ମାଣ କରିବା ପାଇଁ ବଦ୍ଧପରିକର। ଆମେ ନିର୍ବାଚନୀ ଇସ୍ତାହାରରେ କହିଥିଲୁ ଯେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର କରାଯିବ। ସେ ଦିଗରେ ଆମର ଆଲୋଚନା ଚାଲିଛି। ଶୀତଳ ଭଣ୍ଡାର କୃଷି ବିଭାଗ ଅଧୀନରେ ଆସୁଛି। ଆମେ ଏନେଇ ବୈଠକ କରିବୁ। ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଶୀତ ଭଣ୍ଡାର ନିର୍ମାଣ ହେଉ।    

CCTV Paddy Paddy Procurement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe