Advertisment

ଆଜି ସନ୍ଧ୍ୟାରେ ଖୋଲିବ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପର ୪ଟି ଗେଟ୍‌

ଗେଟ୍ ଖୋଲାଯିବା ପୂର୍ବରୁ ତଳମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଜାରି କରଯାଇଛି।

author-image
Tapaswini Nayak
Telengiri Major Irrigation

Telengiri Major Irrigation

ଆଜି ଖୋଲିବ କୋରାପୁଟ ଜିଲ୍ଲା ତେଲିଙ୍ଗିରି ଜଳସେଚନ ପ୍ରକଳ୍ପର ଗେଟ୍। ସନ୍ଧ୍ୟା ୪ଟାରେ ଡ୍ୟାମର ଗେଟ୍ ଖୋଲିବାକୁ ଜଳସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଏନେଇ ତଳମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଜାରି କରଯାଇଛି।

Advertisment

ତେଲିଙ୍ଗିରିଜଳସେଚନ ପ୍ରକଳ୍ପର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୩ ମିଟର ଥିବା ବେଳେ, ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୭.୯୦ ମିଟର ରହିଛି। ଉପରମୁଣ୍ଡରରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବଢୁଥିବା ବେଳେ, ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି। ମୋଟ ୧୪ଟି ଗେଟ୍ ଦେଇ ଏବେ ନିଷ୍କାସିତ ହେଉଛି ବନ୍ୟାଜଳ। ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି।

Advertisment
Koraput