Advertisment

ଥରକୁ ଥର ଭାସୁଛି ଅସ୍ଥାୟୀ ପୋଲ, ତାତିଲେଣି ଲୋକେ

ଏହି ଅସ୍ଥାୟୀ ପୋଲ ଭାସିଯିବା ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ବି ଏହି ପୋଲ ଦୁଇ ଥର ଭାସି ଯାଇଥିଲା।

Approach Road

Approach Road

Advertisment

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର କୁର୍ତ୍ତମଗଡ଼ ଠାରୁ କରକୁଡୁପା, ଡ଼ାଙ୍ଗେସିଗୁଡ଼ାକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ୧୦ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି।

Advertisment

ଏହି ଅସ୍ଥାୟୀ ପୋଲ ଭାସିଯିବା ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ବି ଏହି ପୋଲ ଦୁଇ ଥର ଭାସି ଯାଇଥିଲା। ପ୍ରାୟ ଦୁଇ ବର୍ଷ ପୂର୍ବେ ଥରେ ଏହି ପୋଲ ଭାସିଥିବା ବେଳେ ଗତ ଜୁଲାଇରେ ଦ୍ୱିତୀୟ ଥର ପାଇଁ ସମାନ ଅବସ୍ଥା ଉପୁଜିଥିଲା। ଏହାପରେ ହ୍ୟୁମ ପାଇବ ବାଲି ବସ୍ତା ପକାଇ ମରାମତି କରାଯାଇଥିଲେ ବି ପୁଣି ସମାନ ଘଟଣା ଘଟିଛି। ଏଥିଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଛି। 

 ଗତକାଲି ରାତିରୁ ପୁଣି ଥରେ ଅସ୍ଥାୟୀ ପୋଲ ଭାସି ଯିବା ପରେ କୁର୍ତ୍ତମଗଡ଼ଠାରୁ କରକୁଡୁପା ପଞ୍ଚାୟତର ଅନେକ ଅଂଚଳ ପ୍ରଭାବିତ ହୋଇଛି ।   ତଗପଦର ଗାଁ ଲୋକେ ଯିବା ଆସିବାରେ ଅନେକ ସମସ୍ୟା ଭୋଗୁଛନ୍ତି । ଏପରିକି ଦୈନଦିନ କାମ ନିମନ୍ତେ ଅଞ୍ଚଳବାସୀ କୁରତମଗଡ଼ ଉପରେ ନିର୍ଭରଶୀଳ ଥିବା ବେଳେ ଏବେ ସେମାନେ ବହୁ ହଇରାଣ ହେଉଛନ୍ତି। ପିଲାମାନଙ୍କ ସ୍କୁଲ ଯିବା ବନ୍ଦ ହୋଇ ଯାଇଛି। 

Advertisment

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମ୍ନମାନର କାମ ହେଉଥିବାରୁ ଏହି ପୋଲ ବାରମ୍ବାର ଧୋଇ ହୋଇ ଯାଉଥିବା ଅଭିଯୋଗ ହୋଇଛି। ଆଜି ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ମରାମତି ଆରମ୍ଭ କରି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

 ପୂର୍ବରୁ ଯେଉଁ କାମ ପାଇଁ ଲୋକଙ୍କୁ ୨ କିମି ବାଟ ଯିବାକୁ ପଡ଼ୁଥିଲା ଏବେ ସେଥି ନିମନ୍ତେ ୭ କିମି ବୁଲି ବୁଲି ଯିବାକୁ ପଡ଼ୁଛି। ଅପରପକ୍ଷେ, ଏହି ଅସ୍ଥାୟୀ ପୋଲ ଧୋଇ ହୋଇ ଯାଇଥିବାରୁ ରୋଗୀଙ୍କ ସମେଗତ ଗର୍ଭବତୀଙ୍କୁ ମେଡିକାଲରେ ପହଞ୍ଚାଇବା ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଉଛି। 

Dangerous Road Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe