Advertisment

ପୁରୀରେ ହେବ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର, ୧୦୯୫ ଦିନରେ ସରିବ କାମ

ଜମି ଅଧିଗ୍ରହଣ ପାଇଁ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ବିମାନ ଚଳାଚଳ କରିବା ପାଇଁ ଆବଶ୍ୟକ ପରିବେଶ ଆସେସେମେଣ୍ଟ କ୍ଲିୟରାନ୍ସ ଓ ସିଆରଜେଡ କ୍ଲିୟରାନ୍ସ ସହ ପ୍ରଦୂଷଣ କ୍ଲିୟରାନ୍ସ ସାର୍ଟିଫିକେଟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ।

Puri

Puri

Advertisment

ପୁରୀରେ ହେବାକୁ ଯାଉଛି ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର। ଏହାର ନିର୍ମାଣ କାମ ପିପିପି ମୋଡରେ କରାଯିବ। ଏଥିପାଇଁ
୨୨୦୩ କୋଟି ଟଙ୍କାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ୧୦୯୫ ଦିନ ବା ୩ବର୍ଷ ଭିତରେ ବିମାନବନ୍ଦର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

Advertisment

ଏୟାରପୋର୍ଟ ଜମି ଅଧିଗ୍ରହଣ ପାଇଁ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ବିମାନ ଚଳାଚଳ କରିବା ପାଇଁ ଆବଶ୍ୟକ ପରିବେଶ ଆସେସେମେଣ୍ଟ କ୍ଲିୟରାନ୍ସ ଓ ସିଆରଜେଡ କ୍ଲିୟରାନ୍ସ ସହ ପ୍ରଦୂଷଣ କ୍ଲିୟରାନ୍ସ ସାର୍ଟିଫିକେଟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ।

ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପୁରୀରେ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଛି। ପିପିପି ମୋଡରେ ମୋଟ ୨୨୦୩ କୋଟି ଟଙ୍କାରେ ଏହାକୁ ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ପକାଇବା ପ୍ରକ୍ରିୟା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ। ଆବେଦନକାରୀ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଇ ପାରିବେ। ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ।

Advertisment

ଇଡକୋ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପରିବେଶବିତ ବିମାନବନ୍ଦରକୁ ସ୍ୱାଗତ କରିଥିଲେ ମଧ୍ୟ ଯେହେତୁ ଗିରଳ ଜଙ୍ଗଲ, ସିପସରୁବାଲି ମୌଜା ଓ ଷଣ୍ଢପୁରୁ ଅଞ୍ଚଳର ଗ୍ରାମବାସୀ ପ୍ରଭାବିତ ହେବାର ଥିବାରୁ ପରିବେଶ ମନ୍ତ୍ରଣାଳୟ ପରିବେଶ ଆସେସେମେଣ୍ଟ କ୍ଲିୟରାନ୍ସ ଦେବା ଦରକାର ବୋଲି କହିଛନ୍ତି।

ବିମାନ ଚଳାଚଳ ହେଲେ କଣ ସବୁ ପ୍ରଭାବ ରହିବ? ଜଙ୍ଗଲର ଜୀବଜନ୍ତୁ କେତେ ପ୍ରଭାବିତ ହେବେ? ସାମୁଦ୍ରିକ ଜୀବ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହା ଉପରେ ଗୁରୁତ୍ୱ ଦେବାର ରହିଛି। ଏଥିସହ ସିଆରଜେଡ କ୍ଲିୟରାନ୍ସ ଓ ପ୍ରଦୂଷଣ କ୍ଲିୟରାନ୍ସ ସାର୍ଟିଫିକେଟର ବି ଆବଶ୍ୟକତା ରହିଛି ବୋଲି ପରିବେଶବିତମାନେ କହିଛନ୍ତି।

ସେପଟେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ହେବା ଗୋଟିଏ ଖୁସିର କଥା ବୋଲି ପର୍ଯ୍ୟଟକମାନେ କହିଛନ୍ତି। ଏହାଦ୍ୱାରା ଭାରତ ତଥା ବିଶ୍ୱର କୋଣଅନୁକୋଣରୁ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି।

Odisha Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe