Advertisment

ବେଦାନ୍ତ କୋଇଲା ଖଣି ଖନନ ଜନ ଶୁଣାଣି ବେଳେ ଉତ୍ତେଜନା, ୨୫ ପ୍ଲାଟୁନ ପୁଲିସ ମୁତୟନ

ଯଦି ବେଦାନ୍ତକୁ ଅନୁମତି ମିଳେ ତେବେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଅଦ୍ୟତନ ହୋଇଛି
Tension during Vedanta coal mining public hearing

Tension during Vedanta coal mining public hearing

Advertisment

ଝାରସୁଗୁଡା ଲଖନପୁର ବ୍ଲକ କଟୁଜୋରରେ ବେଦାନ୍ତର କୋଇଲା ଖଣିକୁ ପରିବେଶ ମଞ୍ଜୁରୀ ଲାଗି ଜନ ଶୁଣାଣି ବେଳେ ପ୍ରକାଶ ପାଇଛି ଉତ୍ତେଜନା। କମ୍ପାନୀ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବେଶ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଏକ ଜନଶୁଣାଣି ହେଉଥିଲା। ପ୍ରକଳ୍ପ ଦ୍ୱାରା ହେବାକୁ ଥିବା ଅନେକ କ୍ଷତିଗ୍ରସ୍ତ ପରିବାରକୁ ଏହି ଜନଶୁଣାଣିକୁ ନଛାଡିବାରୁ ଟେଣ୍ଟ ଆଗରେ ହୋହାଲ୍ଲା ହୋଇଥିଲା। 

Advertisment

ପରିସ୍ଥିତିକୁ ନଜରରେ ରଖି ସେଠାରେ ୨୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ଅନ୍ୟପଟେ ଯଦି ବେଦାନ୍ତକୁ ଅନୁମତି ମିଳେ ତେବେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ନଚେତ ଖଣି ଖନନ ଲାଗି ଦିଆଯିବ ନାହିଁ ବୋଲି କହିଛନ୍ତି ୩ ପଞ୍ଚାୟତର ବାସିନ୍ଦା।

ଏହି କୋଇଲା ଖଣି ଖଖନ ପାଇଁ  ଲଖନପୁରର ପିପିଲିମାଲ ପଞ୍ଚାୟତ, ବନଜାରି ପଂଚାୟତ, କୁଡାଲଇ, ବରତାପ ଗ୍ରାମ, ଧରାମୁଣ୍ଡା, ବେଳପାହାଡ଼ ପୌରାଞ୍ଚଳ ୧୭ ନଂ ୱାର୍ଡର ଲୁହୁରାପଡ଼ା ପରିସୀମା ଭିତରେ ଆସୁଥିବା ୨୪ ଏକରର ଜମି ଅଧୀଗ୍ରହଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଜନ ଶୁଣାଣି ହେବ। ଅଧିଗ୍ରହଣ ହେବାକୁ ଥିବା ଜମି ଭିତରୁ କେତେକ ସରକାରୀ ଜମି ରହିଥିବା ସହ ବହୁ ପରିବାରର ରୟତି ଜମି ରହିଛି। ପ୍ରକଳ୍ପ ଯୋଗୁ ୬ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି।

Advertisment

ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା ବେଦାନ୍ତ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନି।

Jharsuguda Coal Mines Vedanta-Facor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe