Advertisment

NMMS ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ଉତ୍ତେଜନା

ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ଚାଲିଥିଲା। ପରୀକ୍ଷାରେ ପ୍ରଥମ ସିଫ୍ଟରେ ଯେଉଁ ପ୍ରଶ୍ନପତ୍ର ଥିଲା, ଦ୍ୱିତୀୟ ସିଫ୍ଟରେ ସେହି ପ୍ରଶ୍ନ ପଡ଼ିଥିଲା। ଅର୍ଥାତ ଦୁଟି ସିଫ୍ଟରେ ସମାନ ପ୍ରଶ୍ନ ପଡ଼ିଥିଲା।

Jajpur

Jajpur

Advertisment

NMMS ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ଯାହାକୁ ନେଇ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଯାଜପୁରର ପାଣିକୋଇଲି ସରକାରୀ ହାଇସ୍କୁଲରୁ ଆସିଛି ଏପରି ଅଭିଯୋଗ। ବୁଝାସୁଝା ପରେ ଉତ୍ତେଜନା ପ୍ରସମିତ ହୋଇଛି।

Advertisment

ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ଚାଲିଥିଲା। ପରୀକ୍ଷାରେ ପ୍ରଥମ ସିଫ୍ଟରେ ଯେଉଁ ପ୍ରଶ୍ନପତ୍ର ଥିଲା, ଦ୍ୱିତୀୟ ସିଫ୍ଟରେ ସେହି ପ୍ରଶ୍ନ ପଡ଼ିଥିଲା। ଅର୍ଥାତ ଦୁଟି ସିଫ୍ଟରେ ସମାନ ପ୍ରଶ୍ନ ପଡ଼ିଥିଲା। ଏହାକୁ ନେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପରୀକ୍ଷା ଆୟୋଜକ ଛାତ୍ରଛାତ୍ରୀଙ୍କୁ ହଲ୍‌ ଭିତରେ ଅଟକ ରଖିଥିଲେ। ନୂଆ ପ୍ରଶ୍ନପତ୍ର ଆସିଲେ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଥିଲେ।

ପରୀକ୍ଷାର ଦୁଇଟି ସିଫ୍ଟରେ ସମାନ ପ୍ରଶ୍ନ ପଡ଼ିଥିବା ଖବର ପ୍ରଘଟ ହେବା ପରେ ଗେଟ୍‌ ବାହାରେ ଥିବା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଭାବକମାନେ ହୋହଲ୍ଲା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ସ୍କୁଲରେ କୋରେଇ ବିଡିଓ ଓ ପାଣିକୋଇଲି ଥାନା ପୁଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe