Advertisment

ସମ୍ବଲପୁରରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣା, ଗୁରୁତର ଆହତଙ୍କ ମୃତ୍ୟୁପରେ କ୍ଷେତରାଜପୁର ଅଞ୍ଚଳରେ ଉତ୍ତେଜନା

ଦୀପାବଳି ପରଦିନ ଅର୍ଥାତ୍ ୧ ତାରିଖ ରାତିରେ ସହରର ମୁଙ୍ଗାପଡ଼ା ଓ ଷ୍ଟେସନପଡ଼ା ମଧ୍ୟରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।

Police

Police

Advertisment

ସମ୍ବଲପୁରର କ୍ଷେତରାଜପୁର ଥାନା ଅଞ୍ଚଳରେ ଗତ ୧ ତାରିଖ ରାତିରେ ବାଣ ଫୁଟାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବାଦଲ ତାଣ୍ଡିଙ୍କର ଆଜି ମୃତ୍ୟୁ ଘଟିଛି। ମୃତକଙ୍କ ଘର ଷ୍ଟେସନପଡ଼ାରେ।

Advertisment

ବାଦଲ ତାଣ୍ଡିଙ୍କ ମୃତ୍ୟୁ ଖବର ଆସିବା ପରେ କ୍ଷେତରାଜପୁର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସେଠାରେ ଏକ ଦୋକାନକୁ ଆଂଶିକ ଭାବେ ଭାଙ୍ଗି ଦିଆଯାଇଛି। ଖବର ପାଇ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଓ କ୍ଷେତରାଜପୁର ଥାନା ଅଧିକାରୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଦୀପାବଳି ପରଦିନ ଅର୍ଥାତ୍ ୧ ତାରିଖ ରାତିରେ ସହରର ମୁଙ୍ଗାପଡ଼ା ଓ ଷ୍ଟେସନପଡ଼ା ମଧ୍ୟରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ୭ରୁ ୮ ଜଣ ଲୋକ ଆହତ ହୋଇଥିଲେ। ତେବେ ବାଦଲ ତାଣ୍ଡି ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରି ଗତ ୫ ତାରିଖରେ ଲୋକେ ଧାରଣା ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe