Advertisment

କଲବଲ କଲା ଦନ୍ତା; ରାସ୍ତାକୁ ଓହ୍ଲାଇଲେ ଲୋକେ, ରେଞ୍ଜର, ଫରେଷ୍ଟ ଗାର୍ଡଙ୍କୁ ଅଟକ ରଖିଲେ

ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ବଣାଇ-ଜାଙ୍ଗଳା ରାସ୍ତାର ଯାକେଇକେଲା ନିକଟରେ ରାସ୍ତାରୋକ କରିଥିଲେ ।

Protest

Protest

Advertisment

‘ଆଉ ସହି ହେଉନି ଦନ୍ତାହାତୀ ଉତ୍ପାତ । ଦନ୍ତା ହାତୀ ସବୁବେଳେ ଆମ ଧନ, ଜୀବନକୁ ଛାରଖାର କରି ଦେଉଛି। ତା’ ଦାଉରୁ ଆମେ ରାତିରେ ଶାନ୍ତିରେ ଶୋଇ ବି ପାରୁନୁ। ସବୁବେଳେ ମୁଣ୍ଡ ଉପରେ ମୃତ୍ୟୁର ଭୟ ଲାଗି ରହୁଛି। ହେଲେ ବନ ବିଭାଗ କିଛି ଶୁଣୁନି କି କିଛି ପଦକ୍ଷେପ ନେଉନି ’ ।

Advertisment

ହାତୀ ଘଉଡ଼ାଇବା ନିମନ୍ତେ ବନ ବିଭାଗର ଉଦାସୀନତା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ । ଉତ୍ତ୍ୟକ୍ତ ଲୋକେ ରାତି ସାରା ନିଆଁ ଜାଳି ରାସ୍ତାରୋକ କରିଥିବା ବେଳେ ବୁଝାଶୁଝା ପାଇଁ ଯାଇଥିବା ୨ ରେଞ୍ଜର ଓ ଜଣେ ଫରେଷ୍ଟର ଗାର୍ଡଙ୍କୁ ମଧ୍ୟ ଅଟକ ରଖିଲେ। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି।

ବଣାଇ ରେଞ୍ଜର ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତା ହାତୀ ଉତ୍ପାତ ଚଳାଇଛନ୍ତି । ଫଳରେ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ବଣାଇ-ଜାଙ୍ଗଳା ରାସ୍ତାର ଯାକେଇକେଲା ନିକଟରେ ରାସ୍ତାରୋକ କରିଥିଲେ ।

Advertisment

ହାତୀ ଘଉଡ଼ାଇବାରେ ବନ ବିଭାଗର ବିଫଳତା ପ୍ରତିବାଦରେ ରାସ୍ତାରୋକ କରାଯାଇଥିଲା । ଏହି ସମୟରେ ଖବରପାଇ ଦୁଇ ବନଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ମଧ୍ୟ ଘଟଣାସ୍ଥଳରେ ଅଟକ ରଖିଥିଲେ । ହେଲେ ବନବିଭାଗ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଛି ।

ଏନେଇ ଆନ୍ଦୋଳନକାରୀ ଜଣେ ମହିଳା କହିଛନ୍ତି, ଦନ୍ତାକୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ। ଭୟରେ ଆମେ ରାତିରେ ଶାନ୍ତିରେ ଶୋଇ ପାରୁନି। ଆମ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବୁ।

Sundargarh Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe