Advertisment

ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ: ଶ୍ରମ ମନ୍ତ୍ରୀ

ରାଜ୍ୟରେ ଅଧିକ MSME ପାର୍କ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। MSME ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ ବୋଲି ମନ୍ତ୍ରୀ କହିଛନ୍ତି।

Odisha Assembly

Odisha Assembly

Advertisment

ଭଦ୍ରକରେ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି। ଆଜି ଗୃହରେ ସେ କହିଛନ୍ତି, ପାରାଦୀପରେ ଏକ ମେଗା ଫିଡ କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହି ପ୍ଲାଣ୍ଟର ବାଏ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ। IOCL ସହ ମିଳିତ ଭାବେ ଏହି କାମ ହେବ। ଆଜି ବିଧାନସଭାରେ ବିଧାୟକ ସଞ୍ଜୀବ ମଲ୍ଲିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହ କହିଛନ୍ତି ଶିଳ୍ପ ମନ୍ତ୍ରୀ ।

Advertisment

ଏଥି ସହିତ ରାଜ୍ୟରେ ଅଧିକ MSME ପାର୍କ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। MSME ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପାଇଁ ବିଧାୟକମାନେ କହିବା ଉଚିତ୍‌। ଯଦି ପ୍ରଶାସନ ନ ଶୁଣେ, ତେବେ ମୋ ସହ ଆଲୋଚନା କରନ୍ତୁ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।  

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe