Advertisment

ପ୍ରବଳ ବର୍ଷାରେ ଭାଙ୍ଗିଲା ଷ୍ଟ୍ରଙ୍ଗ ରୁମର ବ୍ୟାରିକେଡ୍ ଓ ପାଚେରି

ଗତକାଲି କାଳବୈଶାଖୀ ଯୋଗୁ ପାରଳାଖେମୁଣ୍ଡିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

author-image
Tapaswini Nayak
Barricade Broken

Barricade Broken

ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି ଷ୍ଟ୍ରଙ୍ଗ ରୁମର ବ୍ୟାରିକେଡ୍ ଓ ପାଚେରି। ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଷ୍ଟ୍ରଙ୍ଗ ରୁମକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିଛି ଜିଲ୍ଲା ପ୍ରଶାସନ। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ।

Advertisment

ଗତକାଲି କାଳବୈଶାଖୀ ଯୋଗୁ ପାରଳାଖେମୁଣ୍ଡିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁ ବଡ଼ ବଡ଼ ଗଛ ମଧ୍ୟ ରାସ୍ତାରେ ଉପୁଡ଼ି ପଡ଼ିଛି। ସେହିପରି ପାରଳାଖେମୁଣ୍ଡି ଏସକେସିଜି କଲେଜ୍ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ଏହାର ବ୍ୟାରିକେଡ୍ ଏବଂ ପାଚେରି ଭାଙ୍ଗି ଯାଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଏହହା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ।

ଅନ୍ୟପକ୍ଷରେ ଅସନ୍ତାକାଲି ଭୋଟ ଗଣତି ହେବ। ବିଭିନ୍ନ ସ୍ଥାନରେ ଥିବା ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ ।

Advertisment
Gajpati 2024 General Election Loksabha Election 2024 Odisha Assembly Election 2024