Advertisment

ନଦୀରୁ ଅଜଣା ଯୁବକଙ୍କ ମୃତଦେହ ଊଦ୍ଧାର

ଆଜି ଅପରାହ୍ନ ୫ଟା ସମୟରେ ଦେବୀ ନଦୀରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକର ବୟସ ଆନୁମାନିକ ୩୫ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

River

River

Advertisment

ନଦୀରୁ ଅଜଣା ଯୁବକଙ୍କ ମୃତଦେହ ଊଦ୍ଧାର ହୋଇଛି। ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ନିକଟରେ ଦେବୀ ନଦୀରୁ।

Advertisment

ଆଜି ଅପରାହ୍ନ ୫ଟା ସମୟରେ ଦେବୀ ନଦୀରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକର ବୟସ ଆନୁମାନିକ ୩୫ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ କିଏ ଏହି ଯୁବକ ଓ କିପରି ସେ ନଦୀରେ ବୁଡ଼ିଗଲେ ତାହା ଅସ୍ପଷ୍ଟ ରହିଛି। କିଛି ଯୁବକ ନଦୀକୁ ଯିବା ବେଳେ ଏହି ମୃତଦେହକୁ ଦେଖିଥିଲେ। ଆଉ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରି ନିକଟସ୍ଥ ବାଲିକୁଦା ମେଡିକାଲକୁ ପଠାଇ ଥିବା ଜଣା ପଡ଼ିଛି। ବାଲିକୁଦା ପୁଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe