Advertisment

ପରିତ୍ୟକ୍ତ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଠରୀ ଭିତରେ ମୃତଦେହ ପଡ଼ିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
Deabody

Deabody

ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନାଁ ହେଉଛି ଗଣେଶ ବେହେରା। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେପାଲିରେ।

Advertisment

ଗଣେଶଙ୍କ ମା’ଙ୍କର ମୃତ୍ୟୁ ପରେ ତାଙ୍କ ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଥିଲେ। ଗଣେଶ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ଗାଁରେ ଏକା ରହୁଥିଲେ। ଏଣେ ତେଣେ ବୁଲି ମାଗିକି ଖାଉଥିଲେ। ଆଉ ସେଇ ଗାଁରେ ଥିବା ଏକ ପରିତ୍ୟକ୍ତ କୋଠରୀରେ ରାତିରେ ରହୁଥିଲେ ଗଣେଶ।

ହେଲେ କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଥିଲେ ଗଣେଶ। ତାଙ୍କର ଏପରି ଅବସ୍ଥା ଦେଖି କିଛି ସ୍ୱେଚ୍ଛାସେବୀ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗଣେଶଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା।

Advertisment

ଆଜି ସକାଳେ ଗାଁର କିଛି ଲୋକ ସେହି ପରିତ୍ୟକ୍ତ କୋଠରୀ ପାଖ ରାସ୍ତା ଦେଇ ଗଲାବେଳେ ଦୁର୍ଗନ୍ଧ ହୋଇଥିଲା। କୋଠରୀ ଭିତରେ ଗଣେଶଙ୍କ ମୃତଦେହ ପଡ଼ିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ସ୍ଥତି ପରଖିବା ପାଇଁ ତହସିଲଦାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ତେବେ ଗଣେଶ ମେଡିକାଲରୁ କେମିତି ଆସିଲେ ସେ ନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

Deadbody