BSF jawan
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ। ଅପରେସନରେ ଯାଇଥିବା ବେଳେ ହୋଇଥାନ୍ତେ ଲ୍ୟାଣ୍ଡମାଇନର ଶିକାର। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଜଂଗଲରେ।
Advertisment
୧୪୨ ବାଟାଲିୟନର ବିଏସଏଫ ଯବାନ ମାନେ ସିଲାକୋଟା ଅଞ୍ଚଳରୁ ସର୍ଚ୍ଚ ଅପରେସନ ଯାଇଥିବା ସମୟରେ ଲ୍ୟାଣ୍ଡମାଇନ ଲାଗିଥିବାର ଜାଣିବାକୁ ପାଇଥିଲେ। ପରେ ବୋମା ନିଷ୍କ୍ରିୟ ଦଳକୁ ଡାକି ସର୍ଚ୍ଚ କରିବା ସମୟରେ ତିନୋଟି ଲ୍ୟାଣ୍ଡ ମାଇନ ଠାବ କରିଥିଲେ। ଦୁଇଟିର ଲ୍ୟାଣ୍ଡ ମାଇନ ଓଜନ ୧୨ କିଲୋ ଥିବା ବେଳେ ଅନ୍ୟ ଗୋଟିଏ ଲ୍ୟାଣ୍ଡମାଇନର ଓଜନ ୧୫ କିଲୋ ଥିଲା।
ତେବେ ତିନୋଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ପରେ ସତର୍କତାର ସହ ନିଷ୍କ୍ରିୟ କରାଯାଇଥିଲା। ଘଟଣାସ୍ଥଳରୁ ୨୦ ମିଟର କୋଟେକ୍ସ ତାର,୨୪ଟି ଜିଲୋଟିନ ଷ୍ଟିକ,ଦୁଇ ବ୍ୟାଣ୍ଡର ବିଦ୍ୟୁତ ତାର ଜବତ କରିଛନ୍ତି ବିଏସଏଫ ଯବାନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
