Advertisment

କାନ୍ଥ ଭାଙ୍ଗି ଢାବାରେ ପଶିଗଲା କାର

ଆଜି ଗୋଟିଏ କାର ଦ୍ରୁତଗତିରେ ଆସି ହୋଟେଲ ଭିତରେ ପଶିଯାଇଛି।

Car

Car

Advertisment

ହୋଟେଲ ଭିତରେ ପଶିଗଲା କାର। ବାରଙ୍ଗ ଥାନା ଷଣ୍ଢପୁର ଠାରେ ଥିବା ଏକ ଢ଼ାବାର ସାଇଟ୍ କାନ୍ଥକୁ ଧକ୍କା ଦେଇ ଭିତରକୁ ପଶିଯାଇଥିଲା କାର। ହୋଟେଲ ଭିତରେ ଶୋଇଥିବା ଜଣେ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ଆଜି ଗୋଟିଏ କାର ଦ୍ରୁତଗତିରେ ଆସି ହୋଟେଲ ଭିତରେ ପଶିଯାଇଛି। ହୋଟେଲଟି ବନ୍ଦ ଥିଲା। ଭିତରେ କୌଣସି ଗ୍ରାହକ ନଥିଲେ। ଖାଲି ଜଣେ କର୍ମଚାରୀ ଭିତରେ ଶୋଇଥିଲେ। ହୋଟେଲର ସାଇଟ୍‌ କାନ୍ଥକୁ ଧକ୍କା ଦେଇ କାରଟି ଭିତେରକୁ ପଶିଥିଲା। ଫଳରେ ଭିତରେ ଶୋଇଥିବା ବ୍ୟକ୍ତି ଜଣଙ୍କ ଗୁରୁତର ଆହାତ ହୋଇଛନ୍ତି। ହୋଟେଲରେ ଥିବା ଅସବା ପତ୍ର ଭାଙ୍ଗି ଯାଇଛି। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି କାରଟି। କାର ଚାଳକଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। କାରର ସମ୍ମୁଖ ଭାଗ ମାଡ଼ ହୋଇ ଭାଙ୍ଗି ଯାଇଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe