Advertisment

୫-ଟି ସ୍କୁଲ ଛାତରୁ ଖସିଲା ସିଲିଂ, ୩ ଜଣ ଛାତ୍ରୀ ଆହତ

ସକାଳେ ମଲିହା ଶୁଣି ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ପ୍ରର୍ଥନାରେ ଯୋଗ ଦେବା ପାଇଁ ଯାଉଥିଲେ। ସେଇ ସମୟରେ ହଠାତ୍‌ ସିଲିଂ ଖସିପଡ଼ିଥିଲା।

ଅଦ୍ୟତନ ହୋଇଛି
School

School

Advertisment

ସ୍କୁଲରୁ ସିଲିଂ ଖସିପଡ଼ିବାରୁ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଯାଜପୁରଜିଲ୍ଲା କୁନ୍ଦଳ ପଞ୍ଚାୟତର ମଲିହା ଶୁଣି ହାଇସ୍କୁଲରେ ଘଟିଛି ଏଭଳି ଅଘଟଣ। ଦୁଇ ବର୍ଷ ତଳେ 5-T ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ହେଲେ ସ୍ମାର୍ଟ ଶ୍ରେଣୀ ଗୃହର ସିଲିଂ ହଠାତ ଖସି ପଡ଼ିଥିଲା।

Advertisment

ଗତକାଲି (ମଙ୍ଗଳବାର) ସକାଳେ ମଲିହା ଶୁଣି ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ପ୍ରର୍ଥନାରେ ଯୋଗ ଦେବା ପାଇଁ ଯାଉଥିଲେ। ସେଇ ସମୟରେ ହଠାତ୍‌ ସିଲିଂ ଖସିପଡ଼ିଥିଲା। ଫଳରେ ୧୦ମ ଶ୍ରେଣୀର ଛାତ୍ରୀଙ୍କ ଉପରେ ପଡ଼ିଥିଲା। ଏଥିରେ ୩ ଜଣ ଛାତ୍ରୀ ଗୁରୁତ ଆହତ ହୋଇଥିଲେ। ସ୍କୁଲର ଶିକ୍ଷକ ମାନେ ଛାତ୍ରୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଛାତ୍ରୀ ମାନଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଛାଡ଼ି ଦେଇଥିଲେ। 

ସ୍ଥାନୀୟ ଲୋକେ କହିଛନ୍ତି, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସ୍କୁଲକୁ ରୂପାନ୍ତି କରଣ କରାଗଲା। ପିଲାମାନେ ଭଲରେ ପାଠପଢିବେ। ହେଲେ ଦୁଇବର୍ଷ ନପୁରୁଣୁ ଛାତରୁ ଖସିଲା ସିଲିଂ। ଏନେଇ ନିମ୍ନ ମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଛି। ଯେଉଁମାନେ ଏଭଳି ନିମ୍ନମାନର କାମ କରିଥିଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ବିଧାୟକ ଅମର ନାୟକ କହିଛନ୍ତି, ଗୋଟିଏ ବଡ଼ ଅଘଟଣଣୁ ପିଲାମାନେ ବର୍ତ୍ତିଗଲେ। ସ୍କୁଲରେ ହୋଇଥିବା ନିମ୍ନମାନର କାମ ଉପରେ ତଦନ୍ତ କରାଯିବ। ଏଥିରେ ଯେଉଁ ମାନେ ସମୃକ୍ତ ଥିବେ ସେମାନଙ୍କ ଉପରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe