Advertisment

ବଡ଼ଦିନ ପାଇଁ ସେଜେଇ ହେଇଛି ଚର୍ଚ୍ଚ

ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ସବୁଠି ଉତ୍ସବର ମାହୋଲ। ଚର୍ଚ୍ଚ ଗୁଡ଼ିକ ସଜେଇ ହୋଇଛି।

author-image
Biswajit Samal
Christmas

Christmas

ଆସନ୍ତାକାଲି ବଡ଼ଦିନ। ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ସବୁଠି ଉତ୍ସବର ମାହୋଲ। ଚର୍ଚ୍ଚ ଗୁଡ଼ିକ ସଜେଇ ହୋଇଛି। କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ।

Advertisment

ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ଆୟୋଜନ ହୋଇଛି। କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହରରେ ଖ୍ରୀଷ୍ଟ ବିଶ୍ୱାସୀ ମାନେ କରୋଲ ଉପାସନା। ଉଜାଗର ଆଦି ଆରମ୍ଭ କରିଦେଇଛନ୍ତି।

ଫୁଲବାଣୀର ବାପଟିଷ୍ଟ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହିତ ଖ୍ରୀଷ୍ଟଙ୍କ ବାକ୍ୟ ପରିବେଷଣ କରିଥିଲେ। ବିଗତ ବର୍ଷ ଗୁଡ଼ିକରେ କଟକଣା ମଧ୍ୟରେ ନିରଡ଼ାମ୍ବର ଭାବେ ପାଳନ କରିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ।

Advertisment

ଏବର୍ଷ କିଛି କଟକଣା ନଥିବାରୁ ଚର୍ଚ୍ଚରେ ଏବଂ ଘରେ ବଡ଼ଦିନ ପାଳନ କରିବାକୁ ଲାଗିପଡ଼ିଛନ୍ତି। ଏପଟେ ବଡ଼ଦିନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି। ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି।

Bhubaneswar Christmas 2023