Advertisment

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୩ ଦିନ ପରେ ଆଫ୍ରିକାରୁ ଫେରିଲା ମୃତଦେହ

୮ ମାସ ତଳେ ପାଣି ପାଇପ କାମ କରିବା ପାଇଁ ଜଣେ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ଆଫ୍ରିକାର କଙ୍ଗୋକୁ ଯାଇଥିଲେ ଦିବାକର।

Dibakara Jena

Dibakara Jena

Advertisment

୨୩ ଦିନ ପରେ ଆଫ୍ରିକାରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ ଘରକୁ ଫେରିଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମୃତଦେହ ଫେରାଇ ଅଣାଯାଇଛି। ମୃତଦେହ ଘରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Advertisment

୮ ମାସ ତଳେ ପାଣି ପାଇପ କାମ କରିବା ପାଇଁ ଜଣେ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ଆଫ୍ରିକାର କଙ୍ଗୋକୁ ଯାଇଥିଲେ ଦିବାକର। ହେଲେ ଗତ ଡିସେମ୍ବର ୧୫ ତାରିଖରେ ସେଠାରେ କୌଣସି କାରଣ ବଶତଃ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ଘରକୁ ଫେରିପାରୁନଥିବା ବେଳେ ଏନେଇ ପରିବାର ଲୋକେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ। ବୈଜୟନ୍ତ ପଣ୍ଡା ସେଠାକାର ଦୂତାବାସକୁ ଚିଠି ଲେଖିବା ପରେ ମୃତଦେହ ଫେରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Baijayant Jay Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe