Advertisment

ମାଈ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି।

author-image
Biswajit Samal
ଅଦ୍ୟତନ ହୋଇଛି
Dhenkanal

Dhenkanal

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ବୟସ ୩୦ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ଅସୁସ୍ଥତା ହେତୁ ତା’ର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି।

Advertisment

ହାତୀଟି ତାଳଚେର ଅଞ୍ଚଳରୁ ମହାବିରୋଡ଼ ରେଞ୍ଜକୁ ଚାଲି ଆସିଥିଲା। ଜଙ୍ଗଲରେ ସେ ବୁଲୁଥିବା ବେଳେ ବନ କର୍ମଚାରୀମାନେ ତାକୁ ଦେଖିଥିଲେ।  ହାବଭାବରୁ ହାତୀଟି ଅସୁସ୍ଥ ଥିବା ବନ କର୍ମଚାରୀମାନେ ଅନୁମାନ କରିଥିଲେ। ସେଥିପାଇଁ ତାକୁ ଚିକିତ୍ସା କରିବାକୁ ବ୍ୟବସ୍ଥା କରାଯାଇଥିଲା। ତାକୁ ଆଜି ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚିକିତ୍ସା ପୂର୍ବରୁ ହାତୀଟିର ମୃତ୍ୟୁ ଘଟିଥିଲା। 

ଏହି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଏକ ଏକ ମିଳିତ ଟାସ୍କ ଫୋର୍ସ କରୁଛି। 

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Elephant Death Elephant In Jungle