Advertisment

କଲରା ପତରିଆ ବାଘର ମୃତଦେହ ଉଦ୍ଧାର

ଭିସେରା ରିପୋର୍ଟ ଆସିବା ପରେ କଲରା ପତରିଆ ବାଘର ମୃତ୍ୟୁର କାରଣ ଜଣାପଡିବ ବୋଲି ଡିଏଫଓ କହିଛନ୍ତି।

author-image
Tapaswini Nayak
Tiger Deadbody

Tiger Deadbody

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ ପରେ ବାଘ ମୃତଦେହକୁ ପୋଡ଼ି ଦିଆଯାଇଥିବା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ। ୨୪ ଘଣ୍ଟା ପୂର୍ବରୁ ବାଘର ମୃତ୍ୟୁ ହୋଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ କଲରା ପତରିଆ ବାଘର ମୃତ୍ୟୁ ହୋଇଛି ଖୋଳତାଡ କରାଯାଉଛି।

ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ କଲରା ପତରିଆ ବାଘଟି ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଗତକାଲି ବନ ବିଭାଗ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Sambalpur Tiger Deadbody