ସରକାରଙ୍କୁ ଚେତାବନୀ ଦେଲା ଡ୍ରାଇଭର ମହାସଂଘ, ଦାବି ପୂରଣ ନହେଲେ ବିରୋଧୀଙ୍କ ସହ ମିଶିଯିବୁ

ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ବି ସରକାର ଦିନ ଗଡାଇ ଚାଲିଛନ୍ତି। ତେଣୁ ଏଥର ଚରମ ପଦକ୍ଷେପ ନେବାକୁ ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି।

The drivers' union PhotoOR

ପ୍ରେସମିଟ୍‌ରେ ସରକାରଙ୍କୁ ଚେତାବନୀ ଦେଲା ଡ୍ରାଇଭର ମହାସଂଘ

Niranjan Mishra
  • Published: Sunday, 23 July 2023
  • Updated: 23 July 2023, 09:43 PM IST

ଦାବି ପୂରଣ ପାଇଁ ସରକାରଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ବି ସରକାର ଦିନ ଗଡାଇ ଚାଲିଛନ୍ତି। ତେଣୁ ଏଥର ଚରମ ପଦକ୍ଷେପ ନେବାକୁ ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି। ଦରକାର ପଡ଼ିଲେ ବିରୋଧୀଙ୍କ ସହ ମିଶିଯିବୁ ବୋଲି ଚେତାବନୀରେ କୁହାଯାଇଛି। ଆସନ୍ତା ୩୦ ତାରିଖ ଭିତରେ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ବୋର୍ଡ଼ ଗଠନ ନହେଲେ ମହାସଂଘ ଯେଉଁ ପଦକ୍ଷେପ ନେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆଜି ପ୍ରେସମିଟ୍ କରି ସଂଘ ଚେତାବନୀ ଦେଇଛି।

ସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଛନ୍ତି, ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବା ବେଳେ ଲିଖିତ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଗୋଟେ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହେଲେ ଯେଉଁ ବୀମା ପାଇଁ ସରକାର ଘୋଷଣା କରିଥିଲେ, ତାହା ବୋର୍ଡ ନଥିବା କାରଣରୁ କିଛି ବି କାମ ହେଉନାହିଁ । ତେଣୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛି ସଂଘ।

Also Read

ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story