Advertisment

ଆଉ ୫ବର୍ଷ ବଢ଼ିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧି

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ଜାନୁୟାରୀ ୧ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

State Food Security

State Food Security

Advertisment

କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଜି ଆଉ ୫ବର୍ଷ ବୃଦ୍ଧି କରିଛନ୍ତି। ଏବାବଦରେ ରାଜ୍ୟ ସରକାର ୧୨୫୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ଜାନୁୟାରୀ ୧ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଜସ୍ୱ ଯୋଜନାରେ ୧୦ଲକ୍ଷ ହିତାଧିକାରୀ ମାସକୁ ମୁଣ୍ଡପିଛା ୫କିଲୋ ଲେଖାଏଁ ମାଗଣା ଚାଉଳ ପାଇବେ।

Advertisment

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩ଲକ୍ଷ ୧୪ହଜାର ୯୨୩ଟି ପରିବାରର ୯ଲକ୍ଷ ୯୭ହଜାର ୫୫ଜଣ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ମାସିକ ମାଗଣା ୫କିଲୋ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଏବାବଦରେ ବର୍ଷକୁ ୨୫୦କୋଟି ଟଙ୍କା ହିସାବରେ ୫ବର୍ଷରେ ୧୨୫୦କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ ହେବ। ରାଜ୍ୟର ଜଣେବି ଗରିବ ଲୋକେ ଯେପରି ଖାଦ୍ୟସୁରକ୍ଷାରୁ ବଂଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

BjD Food Scarcity
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe