Advertisment

ଅଧ୍ୟକ୍ଷାଙ୍କୁ ଚାପୁଡ଼ା ମାରି ନିଲମ୍ବିତ ହେଲେ ଅଧ୍ୟାପିକା

କାର୍ଯ୍ୟବ୍ୟସ୍ତ ଥିବା ଅଧ୍ୟକ୍ଷା ସୁପ୍ରୀତି କର ଦରଖାସ୍ତଟିକୁ ପରେ ଦେଖିବି ବୋଲି କହି ରଖିଦେଇଥିଲେ। ଏତିକିରେ ରାଗିଯାଇଥିଲେ ଅଧ୍ୟାପିକା ନସିମା। ଆଉ ସୁପ୍ରୀତିଙ୍କୁ ଏକାଧିକବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Women College

Women College

ଅଧ୍ୟକ୍ଷାଙ୍କୁ ଚାପୁଡ଼ା ମାରି ନିଲମ୍ବିତ ହେଲେ ଅଧ୍ୟାପିକା। ଭଦ୍ରକ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।

Advertisment

ଅଧ୍ୟକ୍ଷା ସୁପ୍ରୀତି କର ଶନିବାର ଦିନ କାର୍ଯ୍ୟାଳୟରେ କୌଣସି କାମରେ ବ୍ୟସ୍ତ ଥିଲେ। ସେଇ ସମୟରେ ଉର୍ଦ୍ଦୁ ଅଧ୍ୟାପିକା ନସିମା ଖାତୁନ ଏକ ଦରଖାସ୍ତ ଦେଖିବା ପାଇଁ ଦେଇଥିଲେ। କାର୍ଯ୍ୟବ୍ୟସ୍ତ ଥିବା ଅଧ୍ୟକ୍ଷା ସୁପ୍ରୀତି କର ଦରଖାସ୍ତଟିକୁ ପରେ ଦେଖିବେ କହି ରଖିଦେଇଥିଲେ। ଏତିକିରେ ରାଗିଯାଇଥିଲେ ଅଧ୍ୟାପିକା ନସିମା। ସୁପ୍ରୀତିଙ୍କୁ ଏକାଧିକବାର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ଏନେଇ ଅଧ୍ୟକ୍ଷା ସୁପ୍ରୀତି କର କଲେଜ ପରିଚାଳନା କମିଟିକୁ ଜଣାଇଥିଲେ। ଅଭିଯୋଗକୁ ଶୁଣିବା ପରେ ପରିଚାଳନା କମିଟି ଅଧ୍ୟାପିକା ନସିମା ଖାତୁନଙ୍କୁ ନିଲମ୍ବନ କରିଥିଲେ। ଏହା ସହିତ ଅଧ୍ୟକ୍ଷା ସୁପ୍ରୀତି ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bhadrak