Advertisment

ଝିଅ ପାଖକୁ ବାପା କରିଥିଲେ ମନି ଅର୍ଡର, ୮୦ କିମି ଦୂରତା ପାଇଁ ଲାଗିଗଲା ୫ ବର୍ଷ

ସାଧାରଣତଃ ବ୍ରାହ୍ମଣ ସଂପଦାୟର ମହିଳାମାନେ ଭାଦ୍ରବ ମାସରେ ବାଲିତୃତୀୟ ଓଷା ପାଳନ କରନ୍ତି।

ଅଦ୍ୟତନ ହୋଇଛି
puri

puri

Advertisment

ଝିଅ କରିବ ବାଲି ତୃତୀୟା ଓଷା। ଏଥିପାଇଁ ବାପା ମନି ଅର୍ଡରରେ ୧୦୦୦ ଟଙ୍କା ଝିଅର ଶ୍ୱଶୁର ଘରକୁ ପଠାଇଥିଲେ। ହେଲେ ୮୦ କିଲୋମିଟର ଦୂରରେ ରହୁଥିବା ଝିଅ ପାଖରେ ଏହି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଥିଲା ୫ବର୍ଷ। ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି, ହେଲେ ଘଟଣାଟି ସତ। ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲାରେ।

Advertisment

ପୁରୀ ନିକଟସ୍ଥ ବୀର ନରସିଂହପୁର ଗାଁର ପ୍ରକାଶ ରଥ ନିଜ ଝିଅ ପ୍ରିୟମ୍ବଦାଙ୍କୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଳଦା ପଂଚାୟତ ଆଦିକନ୍ଦପୁର ଶାସନ ଗ୍ରାମରେ ରହୁଥିବା ସୁଧୀରି କୁମାରଙ୍କୁ ବିବାହ ଦେଇଥିଲେ। ଝିଅର ବାଲି ତୃତୀୟା ଓଷା ପାଇଁ ତାର ଶ୍ୱଶୁର ଘରକୁ ୧୦୦୦ ଟଙ୍କାମନି ଅର୍ଡରରେ ପଠାଇଥିଲେ। ପ୍ରକାଶ ୨୦୧୮ ମସିହା ଅଗଷ୍ଟ୨୪ ତାରିଖରେ ଏହି ଟଙ୍କା ପଠାଇଥିଲେ। ଏନେଇ ପ୍ରକାଶ ଝିଅକୁ ଫୋନ୍ ଯୋଗେ କହିଥିଲେ।

ବାପା ମନି ଅର୍ଡରରେ ପଠାଇଥିବା ପଇସାକୁ ଝିଅ ଅନାଇ ବସିଥିଲା। କାରଣ ବାପାର ପାଇସାରେ ସେ ବତ୍ର ଜିନିଷ କିଣିବ। ହେଲେ ଝିଅ ପାଖରେ ବାପା ପଠାଇଥିବା ଟଙ୍କା ପହଞ୍ଚି ନଥିଲା। ବାଲି ତୃତୀୟା ଓଷା ପରେ ମଧ୍ୟ ସେହି ଟଙ୍କା ଆସିନଥିଲା। ପ୍ରିୟମ୍ବଦାଙ୍କ ସ୍ୱାମୀ ସୁଧୀର ସ୍ଥାନୀୟ ପୋଷ୍ଟ ଅଫିସ ଓ ପୁରୀ ପୋଷ୍ଟ ଅଫିସରେ ଏନେଇ ପଚରାଉଚରା କରିଥିଲେ। ହେଲେ କୌଣସି ଉତ୍ତର ପାଇନଥିଲେ। ବାଧ୍ୟ ହୋଇ ସୁଧୀରି ଚୁପ୍ ହୋଇ ରହିଥିଲେ।

Advertisment

ହେଲେ ୫ବର୍ଷ ପରେ ପ୍ରିୟମ୍ବଦାଙ୍କ ପାଖରେ ଗତ ଚାରି ତାରିଖରେ ଏହି ମନିଅର୍ଡର ପହଞ୍ଚିଛି। ପୋଷ୍ଟ ପିଅନ ତାଙ୍କୁ ମନି ଅର୍ଡରରେ ଆସିଥିବା ୧୦୦୦ଟଙ୍କା ପ୍ରିୟମ୍ବଦାଙ୍କୁ ପ୍ରଦାନ କରିଛନ୍ତି। ଡେରିରେ ହେଉ ପଛେ ଟଙ୍କା ପହଞ୍ଚିଥିବାରୁ ସୁଧୀରି ଓ ତାଙ୍କ ସ୍ତ୍ରୀ ପ୍ରିୟମ୍ବଦା ଖୁସି ଅନୁଭବ କରିଛନ୍ତି। ପ୍ରିୟମ୍ବଦାଙ୍କ ବାପ ଘରଠାରୁ ତାଙ୍କ ଶ୍ୱଶୁର ଘରର ଦୂରତା ୮୦ କିଲୋମିଟର। ଏହି ଘଟଣା ସାମ୍ନାକୁ ଆସିବା ପରେ ଅସ୍ତରଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି।

ସାଧାରଣତଃ ବ୍ରାହ୍ମଣ ସଂପଦାୟର ମହିଳାମାନେ ଭାଦ୍ରବ ମାସରେ ବାଲିତୃତୀୟ ଓଷା ପାଳନ କରନ୍ତି। ଏଥିପାଇଁ ମହିଳା ମାନଙ୍କ ବାପଘରୁ ବାଲିତୃତୀୟା ଓଷା ପାଇଁ ଭାର ଆସିଥାଏ। ହେଲେ ପ୍ରିୟମ୍ବଦାଙ୍କ ବାପଘରୁ ଆସିଥିବା ଭାର ପହଂଚିବାକୁ ପାଞ୍ଚ ବର୍ଷ ଲାଗିବା ଘଟଣାରେ ତାଙ୍କ ପରିବାର ଲୋକେ ଡାକ ବିଭାଗକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ କୌଣସି ବୈଷୟିକ ତ୍ରୁଟି ପାଇଁ ଏଭଳି ବିଳମ୍ବ ହୋଇଥିବା ସ୍ଥାନୀୟ ପୋଷ୍ଟ ମାଷ୍ଟର କହିଛନ୍ତି ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe