ପଂଚାୟତ ସମିତି ସହ ଜଡ଼ିତ ଅଫିସରମାନଙ୍କ ଆର୍ଥିକ କ୍ଷମତା ବଢ଼ିଲା

ଏହି ପ୍ରସ୍ତାବ ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

CS and Minister PhotoOR

ମୁଖ୍ୟ ଶାସନ ସଚିବ ଓ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

Ordigital Desk
  • Published: Friday, 16 February 2024
  • Updated: 16 February 2024, 10:21 PM IST

Sports

Latest News

ପଂଚାୟତ ସମିତି ସହ ଜଡ଼ିତ ବୈଷୟିକ ଓ ପ୍ରଶାସନିକ ଅଧିକାରୀମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇଛି । ରାଜ୍ୟ କ୍ୟାବିନେଟ୍ ଏନେଇ ଅନୁମୋଦନ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପଂଚାୟତ, ପଂଚାୟତ ସମିତି(ବ୍ଲକ) ଓ ଜିଲ୍ଲା ପରିଷଦସ୍ତରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ପଂଚାୟତ ସମିତି ହିସାବ ପଦ୍ଧତି ନିୟମ-୨୦୦୨ରେ ବିଭିନ୍ନ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତା ପ୍ରଦାନ କରାଯାଇଛି । ଓଡ଼ିଶା ପୂର୍ତ୍ତ ବିଭାଗ ସଂହିତାରେ କରାଯାଇଥିବା ସଂଶୋଧନ ଓ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ରୋଜଗାର ଯୋଜନାରେ  ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସୁଗମ ତଥା ଠିକ୍ ସମୟରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଆର୍ଥିକ ମଞ୍ଜୁରୀ କ୍ଷମତା ବୃଦ୍ଧି ହୋଇଛି ।

ଏହି ପ୍ରସ୍ତାବ ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ(ପଂଚାୟତିରାଜ)ଙ୍କୁ ଯଥାକ୍ରମେ ୧କୋଟି ଓ ୪କୋଟି ଟଙ୍କାର ବୈଷୟିକ ମଞ୍ଜୁରୀ କ୍ଷମତା ଏବଂ ୪କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ମୁଖ୍ୟଯନ୍ତ୍ରୀଙ୍କ ଉପରେ ନ୍ୟସ୍ତ ହୋଇଛି ।

ଏହାବ୍ୟତୀତ ପଂଚାୟତିରାଜ ବିଭାଗ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକରେ ଜିଲ୍ଲାପାଳମାନଙ୍କର ପ୍ରଶାସନିକ ଅନୁମୋଦନ କ୍ଷମତା ୫୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ପଂଚାୟତିରାଜ ବିଭାଗ ତରଫରୁ ହେଉଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Also Read

ସେହିପରି ପରମ୍ପରାଗତ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ ସମନ୍ୱିତ ଉନ୍ନୟନ(ଆଇଡିଏଚଏମଟିଡି) ଯୋଜନାକୁ ରାଜ୍ୟ ସରକାର ୨୦୨୧-୨୨ରେ ଆରମ୍ଭ କରିଥିଲେ । ଏହି ଯୋଜନାରେ ୧୫୯ଟି ପ୍ରକଳ୍ପ ନିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୪୧୨.୭୯କୋଟି ଟଙ୍କା । ଏହି ଯୋଜନାର କାର୍ଯ୍ୟକାରିତା ୨୦୨୦-୨୧ରୁ ୨୦୨୬-୨୭କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ସେହିପରି ଓଡ଼ିଆ ଭାଷା,ସାହିତ୍ୟ,କଳା,ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ,ପରିଚାଳନା ନିମନ୍ତେ କାର୍ଯ୍ୟରତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କ୍ୟାଡ଼ର ପୁର୍ନଗଠନ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ନାଁରେ ଏକ ନୂଆ କ୍ୟାଡର ସୃଷ୍ଟି କରାଯାଇ ଆବଶ୍ୟକୀୟ ସଂସ୍କୃତି ଉନ୍ନୟନ ଅଧିକାରୀ, ସଂସ୍କୃତି ସହ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଆଦି ପଦବୀ ସୃଷ୍ଟି ହୋଇଛି । ଏହାଦ୍ୱାରା ପ୍ରତିଭାଧାରୀ ମାନବସମ୍ବଳଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ ଓ ରାଜ୍ୟରେ କଳା,ଭାସ୍କର୍ଯ୍ୟ ଓ ଐତିହ୍ୟଗୁଡ଼ିକର ଉତ୍ତମ ରୂପେ ପରିଚାଳନା ହୋଇପାରିବ । ଏଥିପାଇଁ ବାର୍ଷିକ ଆନୁମାନିକ ୨.୧୭କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story