Advertisment

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା; ରେଳବାଇକୁ ରିପୋର୍ଟ ମାଗିଲା ବନ ବିଭାଗ

ଗତ ରବିବାର କେନ୍ଦୁଝର ଜିଲ୍ଲାରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ୨୫ ବର୍ଷର ମାଈ ହାତୀର ମୃତ୍ୟୁ ଘଟିଥିଲା।

Elephant

Elephant

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ନୟାଗଡ଼ ବିଟ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଗତ ରବିବାର ମାଲବାହୀ ଟ୍ରେନ୍ ଧକ୍କାରେ ଏକ ୨୫ ବର୍ଷର ମାଈ ହାତୀର ମୃତ୍ୟୁ ହେବା ଘଟଣାରେ ରେଳବାଇକୁ ରିପୋର୍ଟ ମାଗିଛି ବନ ବିଭାଗ।

Advertisment

କେନ୍ଦୁଝର ଡିଭିଜନ ଡିଏଫ୍‌ଓ ଏଚ୍‌.ଡି ଧନରାଜ କହିଛନ୍ତି, ଯେଉଁ ସ୍ଥାନରେ ଏହି ଘଟଣା ଘଟିଥିଲା ସେଠାରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା ପୂରା ସିଧା ରହିଛି। ୫୦୦ ମିଟର ଦୂରରୁ ମଧ୍ୟ ସବୁ ଦୃଶ୍ୟମାନ ହେଉଛି। ତା’ ସହିତ ସତର୍କ ସୂଚନା ଜାରି କରାଯାଇଥିଲା। ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୪୦ କିମି ରଖିବା ସହିତ ଲମ୍ବା ହର୍ଣ୍ଣ ମାରିବା ପାଇଁ କୁହାଯାଇଥିଲା। ଘଟଣା ଘଟିବା ବେଳେ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟ ଏସବୁ ମାନି ଥିଲେ କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ। ତେବେ ଯେଉଁ ପ୍ରତିଷେଧମୂଳକ ପଦକ୍ଷେପ ସେମାନେ (ରେଳବାଇ) ନେବା କଥା, ତାହା କରାଯାଇଥିଲା କି ନାହିଁ, ସେ ନେଇ ଆମେ ଖୋର୍ଦ୍ଧା ସ୍ଥିତ ଆସିଷ୍ଟାଣ୍ଟ ଇଞ୍ଜିନିୟର (ଅପରେସନ)ଙ୍କୁ ରିପୋର୍ଟ ମାଗିଛୁ।

ଡିଏଫ୍‌ଓ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଲୋକୋ ପାଇଲଟଙ୍କ ଦ୍ୱାରା କିଛି ଅବହେଳା ହୋଇଥିବ ବୋଲି ଆମେ ଭାବୁଛୁ। ଏ କଥା ଆମେ ରେଳବାଇକୁ ଜଣାଇଛୁ। ତେଣୁ ସେମାନଙ୍କ ସ୍ତରରେ ଏହାର ତଦନ୍ତ କରି ୫ ଦିନ ଭିତରେ ରିପୋର୍ଟ ଦେବାକୁ ଆମେ ଖୋର୍ଦ୍ଧା ସ୍ଥିତ ଆସିଷ୍ଟାଣ୍ଟ ଇଞ୍ଜିନିୟର (ଅପରେସନ)ଙ୍କୁ କହିଛୁ। ଦୁର୍ଘଟଣା ଘଟିବା ବେଳେ ଟ୍ରେନ୍‌ର ବେଗ କେତେ ଥିଲା, ତାହା ଦେବା ପାଇଁ ଜୁରୁଡ଼ି ଷ୍ଟେସନକୁ କୁହାଯାଇଛି। ସବୁ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଯାହାର ଅବହେଳା ହୋଇଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି। ଗତ ବିଧାନସଭାର ମୌସୁମୀ ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୃହରେ ଏହି ତଥ୍ୟ ଦେଇଥିଲେ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe